ମାୟାନଗରିରେ ଭୂସ୍ଖଳନ ଘଟି 24 ମୃତ

ମୁମ୍ବାଇ: ମାୟାନଗରି ମୁମ୍ବାଇକୁ ପ୍ରବଳ ବର୍ଷା ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ପରେ ଭୂସ୍ଖଳନ । ମୁମ୍ବାଇର ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଭୂସ୍ଖଳନରେ 24 ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର କାନ୍ଥ ଭୁଶୁଡ଼ିବାରୁ କିଛି ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି । ମୁମ୍ବାଇରେ ପ୍ରବଲ ବର୍ଷା ଆଣିଛି ବିଭୀଷିକା । ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ଚେମ୍ୱୁରର ଭାରତନଗର ଅଞ୍ଚଳରୁ ୧୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।