‘ଟିଆର୍‌ପି’ ଜାଲିଆତିରେ ଦୁଇ ଟିଭି ଚାନେଲ୍‌ ମାଲିକ ଗିରଫ

ମୁମ୍ବାଇ: ଟେଲିଭିଜନ୍‌ ରେଟିଙ୍ଗ୍ ପଏଣ୍ଟ୍‌ସ୍‌ ବା ‘ଟିଆର୍‌ପି’ ଜାଲିଆତି କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଦୁଇଟି ଟେଲିଭିଜନ୍‌ ଚାନେଲ୍‌ର ମାଲିକମାନଙ୍କୁ ଗିରଫ କରିଛି। ଏଥିସହ ରିପବ୍ଲିକ୍ ଟିଭିର ନିର୍ଦେଶକ ଏବଂ ଅର୍ଥଯୋଗାଣକାରୀଙ୍କ ଉପରେ ତଦନ୍ତ କରାଯିବ ବୋଲି ପୁଲିସ କହିଛି।

ମାଲିକମାନେ ନିଜ ଚ୍ୟାନେଲର ଟିଆରପି ବୃଦ୍ଧି କରିବା ପାଇଁ ବେଆଇନ ଭାବେ ଲୋକଙ୍କୁ ଟଙ୍କା ଦେଇ ଲୋକଙ୍କ ଆଗରେ ନିଜକୁ ବଡ଼ କରି ଦେଖାଇବା ଓ ଏହି ଆଳରେ ବିଜ୍ଞାପନ ହାସଲ କରିବା କୌଶଳ ଆପଣାଇଥିବା ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ସମେତ ୩ଟି ଚ୍ୟାନେଲର ଜାଲିଆତି ନେଇ ତଥ୍ୟ ପ୍ରକାଶ କରିଛି ମୁମ୍ବାଇ ପୁଲିସ୍‌।


ଏନେଇ ମୁମ୍ବାଇ ପୁଲିସ କମିସନର୍ ପରମବୀର ସିଂହ କହିଛନ୍ତି, ଗିରଫ ଅଭିଯୁକ୍ତମାନେ ହେଲେ ‘ଫକ୍ତ ମରାଠୀ’ ଏବଂ ‘ବକ୍ସ୍‌ ସିନେମା’ ଚାନେଲର୍‌ ମାଲିକ। ଏହାପରେ ରିପବ୍ଲିକ୍ ଟିଭିର ନିର୍ଦେଶକ ଏବଂ ଅର୍ଥଯୋଗାଣକାରୀଙ୍କୁ ପଚରାଉଚୁରା କରାଯିବ। ତଦନ୍ତ ନିମନ୍ତେ ଆମେ ରିପବ୍ଲିକ୍ ଟିଭି ଚାନେଲ୍‌ର କିଛି କର୍ମଚାରୀଙ୍କୁ ମଧ୍ୟ ଡକାହେବ।

ସୂଚନା ଓ‌ ପ୍ରସାରଣ ମନ୍ତ୍ରାଳୟ ଏବଂ ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ଅଧୀନରେ କାର୍ଯ୍ୟରତ ‘ବାର୍କ’ର କଣ୍ଟ୍ରାକ୍ଟର୍‌ ତଥା ରେଟିଙ୍ଗ୍ ଏଜେନ୍‌ସି ‘ହଂସା ସର୍ଭିସେସ୍ ପ୍ରାଇଭେଟ୍‌ ଲିମିଟେଡ୍’ ଅଭିଯୋଗ ଦାଏର କରିବା ପରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ ଆରମ୍ଭ କରିଥିଲା।

ସୂଚନା ଅନୁଯାୟୀ, ମୁମ୍ବାଇରେ ବିଭିନ୍ନ ଟିଭି ଚ୍ୟାନେଲର ଟିଆରପି ଜାଣିବା ପାଇଁ ୨ ହଜାର ବାରୋମିଟର ଲାଗିଛି। ବାର୍କ ପକ୍ଷରୁ ହାନସା ନାମକ ଗୋଟିଏ ସଂସ୍କାକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ବାରୋମିଟରରେ କେଉଁ ଚ୍ୟାନେଲକୁ ଲୋକମାନେ କେତେ ସମୟ ଦେଖୁଛନ୍ତି, ତା’ର ତଥ୍ୟ ରେକର୍ଡ ହୋଇଥାଏ। ସଂସ୍ଥାମାନେ ମୁମ୍ବାଇର କିଛି ଲୋକଙ୍କୁ ସେମାନଙ୍କ ଘରେ ସର୍ବଦା ନିଜର ଚ୍ୟାନେଲ ଅନ୍‌ କରି ରଖିବାକୁ କହିଥିଲେ। ଏପରି କି ସେମାନେ ଘରେ ନଥିଲେ ବି ଚ୍ୟାନେଲ ଗୁଡ଼ିକ ସର୍ବଦା ଚାଲୁ ରଖିବାକୁ କୁହାଯାଇଥିଲା। ଏଥିପାଇଁ ସଂପୃକ୍ତ ଟିଭି ଚ୍ୟାନେଲଗୁଡ଼ିକ ସେମାନଙ୍କୁ ଟଙ୍କା ମଧ୍ୟ ଦେଉଥିଲେ।

ଗିରଫ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ସେହିପରି ତାଙ୍କ ବ୍ୟାଙ୍କରେ ୮.୫ ଲକ୍ଷ ଟଙ୍କା ରହିଛି। ଆଇପିସିର ଧାରା ୪୦୯ ଓ ୪୨୦ ଅନୁଯାୟୀ ଦୁଇ

ବାର୍କର ରିପୋର୍ଟ ଅନୁଯାୟୀ, ରିପବ୍ଲିକ ଟିଭ୍‌ ମଧ୍ୟ ଟିଆରପି ହେରଫେର ଘଟଣାରେ ସାମିଲ ଥିବା ସନ୍ଦେହ କରାଯାଇଛି। ପୁଲିସ୍‌ କହିଛି ଯେ ଯଦି ମୁମ୍ବାଇରେ ଏପରି ହୋଇଛି, ତା’ହେଲେ ସାରା ଦେଶରେ ମଧ୍ୟ ଏଭଳି ଚ୍ୟାନେଲଗୁଡ଼ିକ ଟିଆରପି ହେରଫେର କରିଥାଇ ପାରନ୍ତି। ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ଏସପି ଶଶାଙ୍କ ସହ ଡିସିପି ଓ ଜେଏସ୍‌ପି କରୁଛନ୍ତି।

ଅନ୍ୟପକ୍ଷରେ ରିପ୍ଲବିକ ଟିଭି ଏହାକୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡ଼ିଛି। ଟିଭି ପକ୍ଷରୁ କୁହାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିପ୍ଲବିକ କମିଶନର ପରମବୀର ସିଂହଙ୍କୁ ପ୍ରଶ୍ନ କରିଥିଲା। ଏଥିପାଇଁ ସେ ଆଜି ଏଭଳି କଥା କହି ଟିଭି ଚ୍ୟାନେଲକୁ ବଦନାମ କରୁଛନ୍ତି। ବାର୍କ ଏଯାଏ ରିପବ୍ଲିକ୍‌ ଟିଭି ନାମ ନେଇନାହିଁ। ତେଣୁ ପୁଲିସ କିପରି ଏପରି ଅଭିଯୋଗ କରୁଛି ବୋଲି ଟିଭି ପକ୍ଷରୁ ପ୍ରଶ୍ନ କରାଯାଇଛି। ଏହା ବିରୋଧରେ ଉକ୍ତ ଟିଭି ଚ୍ୟାନେଲ କୋର୍ଟରେ ମାନହାନୀ ମାବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚାନେଲ୍‌ଗୁଡ଼ିକୁ ମନିଟର୍‌ କରିବାକୁ ସେମାନେ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦, ୦୦୦ ବାରୋମିଟର୍‌ ସ୍ଥାପନ କରିଛି। ଏହି ପରିସଂଖ୍ୟାନକୁ ଆଧାର କରି ‘ବାର୍କ’ ବିଭିନ୍ନ ଟେଲିଭିଜନ୍‌ ଚାନେଲ୍‌କୁ ରେଟିଙ୍ଗ୍ ଦିଏ ଏବଂ ସେହି ରେଟିଙ୍ଗ୍ ଆଧାରରେ ବିଜ୍ଞାପନଦାତାମାନେ ନିର୍ଦ୍ଧାରିତ ହାରରେ ଅର୍ଥ ପୈଠ କରନ୍ତି।

ଅଭିଯୁକ୍ତଙ୍କ ନାମରେ କାନ୍ଦିବିଲ୍ ଥାନାରେ ଏହି ଅଭିଯୋଗ ଦାଏର ହୋଇଥିଲା। ଗିରଫ କରାଯିବା ପରେ ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଅଦାଲତ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍