ମଧ୍ୟପ୍ରଦେଶ: ଶ୍ୱଶୁର ଓ ବୋହୂ ଭିତରେ ଅନୈତିକ ସମ୍ପର୍କ ଥିବା ନେଇ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ ନିଜ ବାପା ଓ ସ୍ତ୍ରୀକୁ ଆପତ୍ତିଜନକ ଅବସ୍ଥାରେ ଦେଖି ୩୫ ବର୍ଷୀୟ ଯୁବକ ରାଗରେ ନିଆଁ ବାଣ ହୋଇ ଉଭୟଙ୍କୁ ହାଣି ହତ୍ୟା କରିଛି । ଏନେଇ ଅଭିଯୁକ୍ତର ଜଣେ ସମ୍ପର୍କୀୟ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ, ସନ୍ତୋଷ ପରିବାର ପୋଷିବାକୁ ଧ୍ୟାନ ଦେଉଥିବାରୁ କବିତାକୁ ସମୟ ଦେଇପାରୁନଥିଲା । ଏଣୁ କବିତା ନିଜ ଦେହର ଭୋକ ମେଣ୍ଟାଇବାକୁ ପରପୁରୁଷ ଖୋଜିଥିଲା । ପ୍ରଥମେ ଶ୍ୱଶୁରକୁ ନିଜ ମାୟା ଜାଲରେ ପକାଇଥିଲା କବିତା । ଘରେ କେହି ନଥିବା ବେଳେ ପ୍ରାୟତଃ କବିତା ନିଜ ଶ୍ୱଶୁର ସହ ଶାରୀରିକ ଖେଳରେ ମାତି ଯାଉଥିଲା । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ସନ୍ତୋଷ ଶୀଘ୍ର ଘରକୁ ଫେରିଆସିବାରୁ ନିଜ ବେଡରୁମରେ ବାପା ଓ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଦେଖି ଦେଇଥିଲା । ଉଭୟେ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ଥିଲେ । ସନ୍ତୋଷ ସେମାନଙ୍କୁ ବୁଝାଇବା ପରେ ବି ସେମାନେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ । ଉଭୟ ବାପା ଓ ସ୍ତ୍ରୀ ତା’ ସହ ବିଶ୍ୱାସଘାତକ କରିଥିବାରୁ ତା’ ରାଗ ମୁଣ୍ଡକୁ ଚଢିଥିଲା । ଏଣୁ ଏକ କୁରାଡିରେ ଆଣି ଉଭୟ ବାପା ଓ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ପାଟି ଶୁଣି ପଡିଶା ଘର ଲୋକ ଆସି ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରି ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସନ୍ତୋଷ ଘର ବାରଣ୍ଡାରେ ବସିଥିଲା । ପୋଲିସ ତାକୁ ଗିରଫ କରିଛି ।