ସରକାରଙ୍କ ଗଣମାଧ୍ୟମ ମୁଖ୍ୟଙ୍କୁ ହତ୍ୟା କଲା ତାଲିବାନ୍‌

କାବୁଲ: ଆଫଗାନିସ୍ତାନ ସରକାରଙ୍କର ବଡ଼ ଅଧିକାରୀଙ୍କୁ ଟାର୍ଗେଟ କରି ହତ୍ୟା କରିବାରେ ଲାଗିପଡ଼ିଛନ୍ତି ତାଲିବାନ । ଆଜି ଆଫଗାନ୍‌ ସରକାରଙ୍କ ଗଣମାଧ୍ୟମ ମୁଖ୍ୟଙ୍କୁ ହତ୍ୟା କରିଯାଇଥିବା ତାଲିବନ୍‌ ପକ୍ଷରୁ କୁହାଯାଇଛି । କାବୁଲରେ ଥିବା ମୁଖ୍ୟ ମିଡିଆ ଏବଂ ସୂଚନା ଏଜେନ୍ସିରେ କାର୍ୟ୍ୟରତ ଦୱା ଖାନ ମନିପାଲଙ୍କୁ ହତ୍ୟା କରାଯାଇଥିବା ମିଲିଟାରୀ ମୁଖପାତ୍ର ସୂଚନା ଦେଇଥିବା ଜଣାପଡ଼ିଛି । ଆଫଗାନିସ୍ତାନ ସେନା ୩୦୦ରୁ ଅଧିକ ତାଲିବାନଙ୍କୁ ହତ୍ୟା କରିଥିବାବେଳେ ୧୨୫ ରୁ ଅଧିକ ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏହି ହତ୍ୟାକୁ କେନ୍ଦ୍ର କରି ଆପଗାନ ରାଷ୍ଟ୍ରପତି ଆସରଫ ଘାନିଙ୍କ ମୁଖ୍ୟ ପରାମର୍ଶ ଦାତା ତଥା ମିଡିଆ ମୁଖ୍ୟଙ୍କୁ ତାଲିବାନ୍‌ ହତ୍ୟା କରିଥିବା ଏକ ଗଣମାଧ୍ୟମ ଏଜେନ୍ସିର ତଥ୍ୟରୁ ଜଣାପଡ଼ିଛି ।