‘ମୋ ଜୀବନଟା ବରବାଦ ହୋଇଗଲା, ମୁଁ ଭାସିଗଲି’

ଚଉଠି ରାତିରେ ପତ୍ନୀଙ୍କ ଗୁମର ଜାଣି କାନ୍ଦିଲେ ପତି….

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ । ଫୋନ୍‌ ନମ୍ବର ଆଦାନ ପ୍ରଦାନ ପରେ ନିୟମିତ ଭାବ ଦିଆନିଆ । ଭାବ ଦିଆନିଆରୁ ପ୍ରେମ । ପ୍ରେମରୁ ବିବାହ । ହେଲେ ଚଉଠି ରାତିରେ ପତ୍ନୀଙ୍କର ଗୁମର ଖୋଲିବା ପରେ ପତିଙ୍କର ବୁଦ୍ଧି ହଜିଗଲା । ସେ ତିଳେ ମାତ୍ର ହେଳା ନକରି ଧାଇଁଲେ ଥାନାକୁ । ପତ୍ନୀଙ୍କ ବିରୋଧରେ ଧୋକା ଓ ପ୍ରତାରଣା ଅଭିଯୋଗ କଲେ । ପୁଲିସ ମାମଲା ରୁଜୁ କରି ପ୍ରାଥମିକ ଅନୁସନ୍ଧାନ ଜାରି ରଖିଛି ।

ଅଭିଯୁକ୍ତ ପତ୍ନୀଙ୍କ କବଳରୁ ମୁକୁଳିବା ପାଇଁ ବିଚରା ସ୍ୱାମୀଜଣକ ଥାନାରୁ ଘରକୁ ଯାଉନାହାନ୍ତି । ଖାଲି କହୁଛନ୍ତି, ‘ମୋ ଜୀବନଟା ବରବାଦ ହୋଇଗଲା । ମୁଁ ଭାସିଗଲି ।’ ଘଟଣାଟି ଉତରାଖଣ୍ଡର ଲକ୍ସର ଅଂଚଳରେ ଘଟିଛି । ଯୁବକଟି ହିସାରରେ ରହୁଥିବା ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଚଉଠି ରାତିରେ ଯୁବକ ଜଣକ ଜାଣିପାରିଲେ ଯେ ସେ ଯାହାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଛନ୍ତି । ସେ ପ୍ରକୃତରେ ଜଣେ କିନ୍ନର ।

ଯୁବକଙ୍କର ପାଦତଳୁ ମାଟି ଖସିଗଲା । ୩୦ ବର୍ଷୀୟ ସୁଖନନ୍ଦନଙ୍କ ଘର କୋତୱାଲି ଥାନା ଅନ୍ତର୍ଗତ ଦରଗାହପୁର ଗ୍ରାମରେ । ସୋସିଆଲ ମିଡିଆ ମାୟାରେ ପଡ଼ିବା ପରେ ସୁଖନନ୍ଦନଙ୍କ ସୁଖ ହଜିଯାଇଛି । ଉଭୟ ପରିବାରଙ୍କ ସ୍ୱୀକୃତି କ୍ରମେ ରାଧାକୃଷ୍ଣ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହର କିଛିଘଂଟା ପରେ କେହି ଜଣେ ସୁଖନନ୍ଦନଙ୍କୁ କହିଥିଲେ ଯେ ସେ ବିବାହ କରିଥିବା ପତ୍ନୀଜଣକ ପ୍ରଥମେ ପୁଅ ଥିଲେ ।

ଅସ୍ତ୍ରୋପଚାର ପରେ ସେ ଝିଅକୁ ବଦଳି ଯାଇଛନ୍ତି । ସୁଖନନ୍ଦନ ସଂପୃକ୍ତ ବ୍ୟକ୍ତିଙ୍କ କଥାକୁ ପ୍ରଥମେ ବିଶ୍ୱାସ କରୁ ନଥିଲେ । ସେ ଏ ବିଷୟରେ ପତ୍ନୀଙ୍କୁ ପଚାରିଲେ । ପତ୍ନୀ ଆରୁଷି ସେଦିନ ନିରବ ରହିଲେ କିନ୍ତୁ ପରଦିନ ଚୁପଚାପ ବାପଘରକୁ ଚାଲିଗଲେ । ସୁଖନନ୍ଦନଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ପତ୍ନୀ ଆରୁଷି ଓ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଛି ।