ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନାଚିବ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବିବାଦରେ ଲୋକସଭାରେ ଗୃହୀତ ହୋଇଛି ସିଇସି ବିଲ । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନେ ପ୍ରଧାନମନ୍ତ୍ରୀଙ୍କ ସଖି କଣ୍ଢେଇ ହୋଇଯିବେ ।

ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କୁ ନିଯୁକ୍ତ କରିବା ପାଇଁ ଗଠିତ ତିନିଜଣିଆ କମିଟି ପ୍ରଧାନମନ୍ତ୍ରୀଙ୍କ ଆଜ୍ଞାଧୀନ ହୋଇରହିବ । ଚୟନ କମିଟିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦିଆଯିବ । ତାଙ୍କ ସ୍ଥାନକୁ ପୂରଣ କରିବେ ଜଣେ କ୍ୟାବିନେଟ ମନ୍ତ୍ରୀ । ଫଳରେ ତିନିଜଣିଆ କମିଟିରେ ବିରୋଧୀ ଦଳ ନେତାଙ୍କ ଭୂମିକା ଶୂନ ହୋଇ ରହିଯିବ ।

ଖାଲି ସେତିକି ନୁହେଁ, ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯିବା ସହିତ ନିର୍ଦ୍ଧାରିତ ଦରମା ଓ ଅନ୍ୟାନ୍ୟ ଭତା ପ୍ରଦାନ କରାଯିବ । ପୂର୍ବରୁ ସୁପ୍ରିମକୋର୍ଟଙ୍କ ବିଚାରପତି ଭଳି ସମ୍ମାନ ପାଉଥିବା ମୁଖ୍ୟ ନିର୍ବାଚନ କମିଶନର ଏବେ କେନ୍ଦ୍ର ସରକାରଙ୍କ ଗୋଲାମ ହୋଇ ରହିଯିବେ । ଯୋଉ ଦେଶର ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାର ମୁଖିଆ ପ୍ରଧାନମନ୍ତ୍ରୀଙ୍କ ଗୋଲାମ ହୋଇରହିବେ । ସେ ଦେଶର ନିର୍ବାଚନ କମିଶନ ନିକଟରୁ ନିରପେକ୍ଷ ନିର୍ବାଚନ ଆଶା କରିବା ବୃଥା ।