ଇସ୍ରାଏଲ: ଇସ୍ରାଏଲରେ ନେତା ନ୍ୟାହୁଙ୍କ ୧୨ବର୍ଷର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଶେଷ ହୋଇଛି । ଦେଶକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ନଫତାଲୀ ବେନେଟ୍ ହୋଇଛନ୍ତି ଦେଶରେ ନୂଆ ପ୍ରଧାନମନ୍ତ୍ରୀ । ୨୦୨୩ ପର୍ଯ୍ୟନ୍ତ ନଫତାଲୀ ବେନେଟ ଦେଶର ପ୍ରଧାନମନ୍ତ୍ରୀ ଭାବେ ରହିବେ । ରବିବାର ଦିନ ନଫତାଲୀ ବେନେଟ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ସୂଚନା ଅନୁଯାୟୀ ରବିବାର ଦିନ ଇସ୍ରାଏଲ୍ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବହୁମତ ହୋଇଥିଲା । ଏଥିରେ ୭୧ବର୍ଷୀୟ ନେତନ୍ୟାହୁ ବହୁମତ ସାବ୍ୟସ୍ତ କରିପାରିନଥିଲେ । ଯାହାଫଳରେ ୧୨ବର୍ଷ ଧରି ଇସ୍ରାଇଲ୍ରେ ଶାସନ ଗାଦିରେ ବସିଥିବା ନେତାନ୍ୟାହୁଙ୍କୁ ଏବେ ପଦ ହରାଇବାକୁ ପଡିଛି । ସେହିପରି ୪୯ବର୍ଷୀୟ ଦକ୍ଷିଣ ପନ୍ଥୀ ନେତା ନଫତାଲୀ ବେନେଟ ସଂସଦରେ ବହୁମତ ହାସଲ କରିବାପରେ ରବିବାର ଦିନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।