୨୦୨୪ରେ ‘ନାସା’ର ପ୍ରଥମ ଚନ୍ଦ୍ର ଅଭିଯାନ

ୱାଶିଂଟନ: ନୂଆବର୍ଷ ୨୦୨୪ର ଦ୍ୱିତୀୟ ସପ୍ତାହରେ ସୋମବାର ଦିନ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଉପଗ୍ରହ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ଉପଗ୍ରହଟିକୁ ଚନ୍ଦ୍ର ନିକଟରେ ପହଂଚାଇବା ପାଇଁ ୫ଟି ରକେଟ୍‌ ବ୍ୟବହାର କରାଯିବ ।

ଚନ୍ଦ୍ରପୃଷ୍ଠରେ ପାଣି ସନ୍ଧାନ କରିବା ପାଇଁ ନାସା ଉଦ୍ୟମ ଚଳାଇଛି । ଆମ ପାଇଁ ଚନ୍ଦ୍ର ପୃଷ୍ଠରେ ଅବତରଣ ସବୁଠାରୁ ବଡ଼ ସଫଳତା ହୋଇଥିବା ବେଳେ ଆମେରିକା ଚନ୍ଦ୍ରପୃଷ୍ଠରେ ମାନବ ସମାଜ ବସାଇବାର ଯୋଜନା କରୁଛି ।

ଚନ୍ଦ୍ରପୃଷ୍ଠରେ ବିଜ୍ଞାନର ବହୁ ବିସ୍ମୟ ଭରି ରହିଛି ଯାହାକୁ ଖୋଜିବା ଆମ ପାଇଁ ଏକ ଚାଲେଞ୍ଜ । ଚନ୍ଦ୍ରପୃଷ୍ଠକୁ ଭଲ ଭାବରେ ଅଧ୍ୟୟନ କରିପାରିଲେ ମଣିଷ ପାଇଁ ମହାକାଶ ବିଜୟ ସହଜ ହୋଇଯିବ ।