ପୁଣି ସ୍ଥଗିତ ହେଲା ନାସାର ମୁନ୍ ମିଶନ
ପୁଣି ସ୍ଥଗିତ ରହିଲା ଆମେରିକାର ଚନ୍ଦ୍ର ମିଶନର ଉତକ୍ଷେପଣ । ପୂର୍ବରୁ ବୈଷୟିକ ତ୍ରୁଟି କାରଣରୁ….
ୱାଶିଂଟନ : ପୁଣି ସ୍ଥଗିତ ରହିଲା ଆମେରିକାର ଚନ୍ଦ୍ର ମିଶନର ଉତକ୍ଷେପଣ । ପୂର୍ବରୁ ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଏହାକୁ ଉତକ୍ଷେପଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ଆଜି ମଧ୍ୟ ଶେଷ ମୁହୂର୍ତ୍ତରେ କିଛି ବୈଷୟିକ ତ୍ରୁଟି ସମ୍ନାକୁ ଆସିବା ପରେ ଏହି ବହୁ ପ୍ରତୀକ୍ଷିତ ରକେଟ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ନାସା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ସାମ୍ନାକୁ ଆସିବା ପରେ ଉତକ୍ଷେପଣକୁ ସ୍ଥଗିତ କରାଯାଇଛି । ମିଶନ ସ୍ଥଗିତ ହେବା ପରେ ବିଶେଷଜ୍ଞ ଟିମ ରକେଟର ସୂଚନା ଏକତ୍ରୀକରଣ କାର୍ୟ୍ୟ ଜାରି ରଖିଛନ୍ତି । ଚନ୍ଦ୍ରକୁ ଏହି ମାନବବିହୀନ ଉଡ଼ାଣ ମିଶନରେ ଅଂଶବିଶେଷ ଏହି କାର୍ୟ୍ୟକ୍ରମ ଜାରି ରଖଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା । ତେବେ ବାରମ୍ବାର ପ୍ରାୟସ ପରେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାର ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ପଡୁଛି । ନାସାର ‘ଆପୋଲୋ’ ମିଶନର ପ୍ରାୟ ୫୦ ବର୍ଷ ପରେ ଏହି ମିଶନ ଆରମ୍ଭ କରାଯାଇଥିଲା ।