ଜାତୀୟ କ୍ରୀଡା ଦିବସ

ଜାତୀୟ କ୍ରୀଡ଼ା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଜାତୀୟ କ୍ରୀଡ଼ା ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ମୋର ଶୁଭେଚ୍ଛା । ଦେଶ ପାଇଁ ସେମାନଙ୍କ ଅବଦାନ ପାଇଁ ଭାରତ ଗର୍ବିତ । ଏଥିସହ ମେଜର ଧ୍ୟାନଚାନ୍ଦଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରୁଛି ।’