ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଲଢେଇ ୨୭ ଦିନରେ ପହଞ୍ôଚଛି । ରୁଷର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ଶତାଧିକ ଜନସାଧାରଣଙ୍କ ଜୀବନ ଗଲାଣି । ଅନ୍ୟପକ୍ଷରେ ୟୁକ୍ରେନକୁ ଆକ୍ରମଣ କରୁଥିବା ରୁଷକୁ ଅନେକ ଦେଶ ମଧ୍ୟ କଟକଣା ଲଗାଇଛନ୍ତି । କିନ୍ତୁ ଯେତେ କଟକଣା ବା ପ୍ରତିବନ୍ଧକ ଲଗାଇଲେ ମଧ୍ୟ ମସ୍କୋ ଉପରେ କୌଣସି ଫରକ ପଡୁନାହିଁ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ଆଲୋଚନା କରିବାକୁ ରାଜି ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ମୁଁ ଭାବୁଛି ଏକ ବୈଠକ ବିନା ସେମାନେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଥିବା ବିଷୟକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ଅସମ୍ଭବ । ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ମଧ୍ୟରେ ଅନେକଥର ଆଲୋଚନା କରିଛନ୍ତ । କିନ୍ତୁ ଏହି ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେହିପରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଏହି ଯୁଦ୍ଧ ଆରମ୍ଭ ହେବାର ୨୭ ଦିନ ବିତିଗଲା । ସେହିପରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନାଟୋକୁ ମଧ୍ୟ ପ୍ରଶ୍ନ କରିଛନ୍ତି । ଜେଲେନସ୍କି କହିଛନ୍ତି ଯେ ନାଟୋକୁ ଖୋଲାଖୋଲି ଭାବେ କହିବା ଉଚିତ ଯେ ଏହା ରୁଷକୁ ଭୟ କରୁଛି ।