ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଛି ଭୟଙ୍କର ମହାଯୁଦ୍ଧ । ଅତିଭୟଙ୍କର ନିଷ୍ପତ୍ତି ସହ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ତେଣୁ ଏହି ଯୁଦ୍ଧର ପରିଣାମ ତାକୁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛି ‘ନାଟୋ’ । ପ୍ରେସମିଟ ଜରିଆରେ ଋଷକୁ ‘ନାଟୋ’ ଏଭଳି କଡା ଚେତାବନୀ ଦେଇଛି ।
ଋଷ ସେନା ୟୁକ୍ରେନ୍ର ରାଜଧାନୀ ସମେତ ବିଭିନ୍ନ ସହରରେ ମିସାଇଲରେ ଆଟାକ୍ କରିବାରେ ଲାଗିଛି। ୟୁକ୍ରେନର ୩ଟି ଦିଗରୁ ଋଷ ସେନା ଆଧୁନିକ ଯୁଦ୍ଧ ଅସ୍ତ୍ରରେ ଆକ୍ରାମଣ କରିବାରେ ଲାଗିଛି। ଗୋଟିଏ ପଟେ ଋଷ, ବେଲାଋଷ ଓ କ୍ରିମିଆ ୟୁକ୍ରେନ ଉପରେ ଆକ୍ରମଣ ଓ ସେପଟେ ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଛନ୍ତି।
ଋଷକୁ କଡ଼ା ଜବାବ ଦେବ ପାଇଁ ନାଟୋ ଘୋଷଣା କରିସାରିଛି। ଏଥି ପାଇଁ ଆମେରିକା ସମେତ ୩୦ଟି ଦେଶ ଋଷ ଉପରେ କରିବେ ଆକ୍ରମଣ। ଫଳ ଋଷ-ୟୁକ୍ରେନ୍ ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧ ମୁହାଇଛି। ସେପଟେ ଚୁପ୍ ଥିବା ଆମେରିକା ଋଷ ଅଭିମୁଖେ ବୋମାବର୍ଷୀ ବିମାନ ପଠାଇଥିବା ସୂଚନା ମିଳିଛି ।