୩ ଲକ୍ଷ ସୈନିକଙ୍କୁ ହାଇଆଲର୍ଟ ରଖିବ ନାଟୋ
ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷ ଠାରୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ପରିଲକ୍ଷିତ କରି..
ନୂଆଦିଲ୍ଲୀ : ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷ ଠାରୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ପରିଲକ୍ଷିତ କରି ନାଟୋ ତାହାର ୩ ଲକ୍ଷ ସୈନିକଙ୍କୁ ହାଇଆଲର୍ଟରେ ରଖିବାକୁ ସ୍ଥିର କରିଛି । ନାଟୋର ମହାସଚିବ କହିଛନ୍ତି ଯେ ତାଙ୍କ ସଂଗଠନ ଏବେ ରେସପନ୍ସ ଫୋର୍ସକୁ ମଜବୁତ କରିବ । ନାଟୋ ପକ୍ଷରୁ ଏହି ଘୋଷଣା ଏଭଳି ସମୟରେ ଆସିଛି ଯେତେବେଳେ କି ରୁଷ ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ସଂଗଠନରତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ନାଟୋ ଏହି ସୈନ୍ୟ ଆଲର୍ଟ ସେହି ସମୟରେ ବଢ଼ାଇଛି ଯେତେବେଳେ କି ରୁଷ ପକ୍ଷରୁ ୟୁକ୍ରେନ ଉପରେ ତାହାର ଆକ୍ରମଣକୁ ଆହୁରି ଅଧିକ ତୀବ୍ରତର କରିଛି । ମହାସଚିବ କହିଛନ୍ତି ଆମେ ନାଟୋର ରେସପନ୍ସ ଫୋର୍ସରେ ପରିବର୍ତ୍ତନ କରିବୁ ଏବଂ ୩ ଲକ୍ଷ ସୈନିକଙ୍କର କ୍ଷମତା ପ୍ରସ୍ତୁତ କରିବୁ । କାରଣ ଏହିକିଯେ ନାଟୋ ଏବେ ରୁଷ ସହ ସଂଲଗ୍ନ ବାଲ୍ଟିକ ଦେଶଗୁଡ଼ିକରେ ତାହାର ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ମଜବୁତ କରିବାକୁ ଯାଉଛି । ରୁଷ ସହ ମୁକାବିଲା କରିବା ଲାଗି
ଏବେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ମଧ୍ୟ ନାଟୋରେ ସାମିଲ ହେବାଲାଗି ଆବେଦନ କରିସାରିଛନ୍ତି । ଏହା ପୂର୍ବରୁ ୨୦୧୦ରେ ନାଟୋ ପକ୍ଷରୁ ତାହାର ଅନ୍ତିମ ରଣନୀତି ପ୍ରସ୍ତୁତ କରାଯାଇଥିଲା ଏବଂ ଏଥିରେ ସେମାନେ ରୁଷକୁ କୂଟନୈତିକ ଭାଗୀଦାର ମଧ୍ୟ କରିଥିଲେ । ସେହିପରି ନାଟୋ ମହାସଚିବ କହିଛନ୍ତି ଯେ ମୁଁ ଅପେକ୍ଷା କରୁଛୁ ଯେ ମେଣ୍ଟ ଏହା ଉପରେ ଜୋର ନିଶ୍ଚିତ ଭାବରେ ଦେବ ଯେ ରୁଷ ଆମର ସୁରକ୍ଷା ଆମର ମୂଲ୍ୟ ଏବଂ ନିୟମ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥା ଲାଗି ସିଧାସଳଖ ଭାବରେ ବିପଦ ଭାବରେ ଠିଆ ହୋଇଛି ।