୧୮୯୬ କିଲୋଗ୍ରାମରୁ ଉଦ୍ଧ୍ୱର୍ ଗଞ୍ଜେଇ ନଷ୍ଟ କଲା ଏନ୍‌ସିବ

ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଆରଡିଡିସି ବୈଠକ ଅନୁଷ୍ଠିତ ହୋଇଥିଲା….

ନୂଆଦିଲ୍ଲୀ : ଏନସିବିର ଭୁବନେଶ୍ୱର ଉପଜୋନ ପକ୍ଷରୁ ୧ହଜାର ୮୯୬ କିଲୋ ୮୧୨ ଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି । ଓଡ଼ିଶାର ବିଭିନ୍ନ କୋର୍ଟରେ ପଞ୍ଜିକୃତ ୭ଟି ମାମଲାରେ ଜବତ ଏସବୁ ଗଞ୍ଜେଇକୁ ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟିର ଉପସ୍ଥିତିରେ ଖୋର୍ଦ୍ଧାର ସାନି କ୍ଲିନ ପ୍ରାଇଭେଟ ଲିମିଟେଡ ଠାରେ ନଷ୍ଟ କରାଯାଇଥିଲା । ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଆରଡିଡିସି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଏନସିବି କୋଲକାତା ଜୋନାଲ ୟୁନିଟର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ କୁମାର ସିଂ, ଡିଆରଆଇ, ଭୁବନେଶ୍ୱର ଏବଂ ଡିଜିଜିଆଇ, ଭୁବନେଶ୍ୱରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହାପରେ ସମସ୍ତ ଆଇନଗତ ଔପଚାରିକତା ପୂରଣ କରାଯାଇ ଖୋର୍ଦ୍ଧାର ସାନି କ୍ଲିନ ପ୍ରାଃ ଲିଃ ଠାରେ ନିଶାଦ୍ରବ୍ୟଗୁଡ଼ିକୁ ପୋଡ଼ି ନଷ୍ଟ କରି ଦିଆଯାଇଥିଲା ।