ଏନସିବି ଉପରେ ଚାପର ଆରୋପ ଆଣିଲେ କ୍ଷୀତିଜ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଆସିଥିବା ଡ୍ରଗ୍ସ ଲିଙ୍କକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜଣଙ୍କ ପରେ ଜଣକୁ କରୁଛି। ତେଣୁ ଏନସିବି ଟାର୍ଗେଟରେ ବର୍ତ୍ତମାନ ରହିଛନ୍ତି ବଲିଉଡର ବଡ଼ ବଡ଼ ସେଲିବ୍ରିଟି। ଏହି ସମୟରେ ମାମଲାରେ ଗିରଫ କ୍ଷୀତିଜ୍ ଙ୍କ ଓକିଲ ଏକ ବଡ଼ ବୟାନ ଦେଇଛନ୍ତି।ଡ୍ରଗ୍ସ ବ୍ୟବହାର ଏବଂ କାରବାରରେ କରଣ ଜୋହରଙ୍କ ସଂପୃକ୍ତି ଥିବା କହିବା ପାଇଁ ଏନସିବି ଟିମ୍ କ୍ଷୀତିଜ୍ ଙ୍କ ଉପରେ ଚାପ ପକାଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ତେବେ କ୍ଷୀତିଜ୍ ଙ୍କ ଓକିଲ ସତିଶ ମାନସିନ୍ଦେଙ୍କ କହିବା ମୁତାବକ, ଡ୍ରଗ୍ସ ବ୍ୟବହାର ଏବଂ କାରବାରରେ କରଣ ଜୋହରଙ୍କ ସଂପୃକ୍ତି ଥିବା କହିବା ପାଇଁ ଏନସିବି ଟିମ୍ କ୍ଷୀତିଜ୍ ଙ୍କ ଉପରେ ଚାପ ପକାଉଛନ୍ତି। ଏ ମଧ୍ୟରେ ୨୦୧୯ର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ବଲିଉଡ କଳାକାର କରଣଙ୍କ ଘରେ ପାର୍ଟି କରୁଥିବା ଦେଖାଯ‌ାଉଛି। ତେବେ ଭିଡିଓରେ ନଜର ଆସୁଥିବା ସବୁ କଳାକାର ଡ୍ରଗ୍ସ ନେଉଥିବା କଥା ଦାବି କରାଯାଉଥିବା ବେଳେ ତଦନ୍ତ ପରେ କଳାକାରମାନେ ଡ୍ରଗ୍ସ ନେଇ ନଥିବା ସ୍ପଷ୍ଟ କରିଛି ଏନସିବି।

ପୂର୍ବରୁ ଅଭିନେତ୍ରୀ ଦୀପିକା, ସାରା, ଶ୍ରଦ୍ଧା ଓ ରାକୁଲଙ୍କୁ ଜେରା କରିସାରିଥିବା ଏନସିବିର ନଜର ଏବେ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କ ଉପ‌ରେ ରହିଛି। ଶନିବାର ଦିନ ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ଚଳଚ୍ଚିତ୍ର ନିର୍ମାତା କ୍ଷୀତିଜ୍ ରବି ପ୍ରସାଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଏନସିବି ଗିରଫ କରିଥିଲା, ​​ଯାହା ପରେ ଗତକାଲି ଏକ ସ୍ବତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଅକ୍ଟୋବର ୩ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ନେଇଥିବା ଜଣା ପଡ଼ିଛି।