ହଟ୍‌ ସ୍ପ୍ରିଙ୍ଗସରୁ ସୌନ୍ୟ ହଟିବା ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ପୂର୍ବ ଲଦାଖ ସୀମାନ୍ତ ଅଚଳାବସ୍ଥା ସମାଧାନ ନିମନ୍ତେଆଲୋଚନା ଆରମ୍ଭ ହୋଇଛି । ୱାର୍କିଙ୍ଗ ମେକାନିଜମ ଫର କନସଲ୍‌ଟେସନ ଆଣ୍ଡ କୋଅର୍ଡିନେସନ୍‌ ଅନ ଭାରତ ଓ ଚୀନ ବର୍ଡର ଆଫେୟାର୍ସ ଅଧୀନରେ ଏହି ଆଲୋଚନା ଚାଲିଛି ।

ଉଲ୍ଲେଖଯୋଗ୍ୟ, ଏହି ଆଲୋଚନାରେ ହଟ ସ୍ପ୍ରିଙ୍ଗସ୍‌ ଅଞ୍ଚଳରୁ ସୌନ୍ୟ ଅପସାରଣ ନେଇ ଆଲୋଚନା ଚାଲିଥିବା ଜଣାପଡିଛି । ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ଦୁଇ ଦେଶର ପ୍ରାୟ ୬୦ ହଜାର ସୌନି ଅଛନ୍ତି । ବାସ୍ତବ ନିୟନ୍ତ୍ରଣ ରେଖାର ପୂର୍ବାଞ୍ଚଳ ସେକ୍ଟର ଅନ୍ତର୍ଗତ ଅରୁଣାଚଳ ପ୍ରଦେଶ ମଧ୍ୟସ୍ଥ ବିବାଦୀୟ ଅଞ୍ଚଳରେ ଚୀନ୍‌ ଗ୍ରାମ ସ୍ଥାପନ କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ରିପୋର୍ଟରେ ପ୍ରକାଶ ପାଇବା ପରେ ଭାରତ ଓ ଚୀନ୍‌ ମଧ୍ୟରେ ଏହି ଆଲୋଚନା ଆରମ୍ଭ ହୋଇଛି ।