ମଧ୍ୟପ୍ରଦେଶ ସରକାରଙ୍କ ନୂଆ ନିୟମ: ଟିକା ନାହିଁ ତ ରାସନ ନାହିଁ

ଭୋପାଳ : ମଧ୍ୟପ୍ରଦେଶ ସରକାର ଟିକା ନେବା ନେଇ ଏକ ନୂତନ ନିୟମ ଜାରି କରିଛି । ଟିକା ନେଇନଥିବା ବ୍ୟକ୍ତିଙ୍କୁ ଏବେ ରାସନ ମିଳିବନାହିଁ । ଆଦେଶ ଅନୁଯାୟୀ, ଯଦି ଡିସେମ୍ବର ୩୧ ସୁଦ୍ଧା ଟିକା ନନେବେ ସେମାନଙ୍କୁ ଆଉ ରାସନ ମିଳିବ ନାହିଁ । ଆଦେଶରେ କୁହାଯାଇଛି, ସାର୍ବଜନୀନ ବିତରଣ ପ୍ରଣାଳୀ(ପିଡିଏସ) ଦୋକାନୀ ଡିସେମ୍ବର ୩୧ ସୁଦ୍ଧା ୧.୧୫ କୋଟି ପରିବାରର ସମସ୍ତ ସଦସ୍ୟଙ୍କ ଟିକାକରଣ ସୁନିଶ୍ଚିତ କରନ୍ତୁ । ପିଡିଏସ ଦୋକାନୀ ସମସ୍ତ ଦୋକାନରେ ଟିକାକରଣ ସମ୍ବନ୍ଧରେ ଆବଶ୍ୟକ ସୂଚନା ଲଗାନ୍ତୁ । ଦୋକାନୀ ଏହା ସୁନିଶ୍ଚିତ କରନ୍ତୁ ଯେ, ହିତାଧିକାରୀଙ୍କ ସମସ୍ତ ପରିବାର ସଦସ୍ୟ ଟିକା ନେଇ ସାରିଛନ୍ତି । ଏନେଇ ଖାଦ୍ୟ ଏବଂ ସାର୍ବଜନୀନ ଯୋଗାଣ ବିଭାଗର ପ୍ରମୁଖ ସଚିବ ଫୈଜ ଅହମ୍ମଦ କିଦବଇ କହିଛନ୍ତି ।