ବ୍ରିଟେନ ଫେରାନ୍ତଙ୍କ ପାଇଁ ଏସଓପି-shaksi news


ନୂଆଦିଲ୍ଲୀ : ବ୍ରିଟେନରେ ନୂଆ ପ୍ରକାରର କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭାରତ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ସଂକ୍ରମଣ ଦେଶରୁ ଫେରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସାଧାରଣ କାର୍ଯ୍ୟକାରୀ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି।

ଏସଓପି ନଭେମ୍ବର ୨୫ରୁ ଡିସେମ୍ବର ୮ ତାରିଖ ମଧ୍ୟରେ ବ୍ରିଟେନରୁ ଭାରତ ଫେରିଥିବା ଲୋକଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ। ଯଦି କାହାର ନମୁନା ରିପୋର୍ଟ ପଜିଟିଭ୍ ଆସେ ତେବେ ତାଙ୍କୁ କରୋନା ଚିକିତ୍ସା ପ୍ରକ୍ରିୟା ଅନୁଯାୟୀ ଚିକିତ୍ସା କରାଯିବ। ଯଦି ବ୍ରିଟେନର ନୂଆ ପ୍ରକାର ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାନ୍ତି ତେବେ ସେ ସ୍ବତନ୍ତ୍ର ଆଇସୋଲେସନରେ ରହିବେ।

ସେହିପରି ବ୍ରିଟେନରୁ ଫେରିଥିବା ବ୍ୟକ୍ତି ବିଶେଷ ଜିଲା ଅନୁସନ୍ଧାନକାରୀ ଅଧିକାରୀଙ୍କୁ ଅବଗତ କରାଇବେ ଏବଂ ନିଜେ ନିଜର ସ୍ବାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବେ। ଯେଉଁମାନେ ବ୍ରିଟେନରୁ ଫେରିଥିବା କିମ୍ବା ବ୍ରିଟେନର କୌଣସି ବିମାନବନ୍ଦର ଦେଇ ଫେରିଥିବେ ସେମାନଙ୍କର ଆରଟି ପିସିଆର ପରୀକ୍ଷାକୁ ରାଜ୍ୟ ସରକାରଗୁଡିକ ନିଶ୍ଚିତ କରାଇବେ। ସେହିପରି ସମସ୍ତ ବିଦେଶ ଫେରନ୍ତା ସେମାନଙ୍କର ୧୪ଦିନର ଗସ୍ତ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିବେ। ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ବନ୍ଦ କରିଛନ୍ତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ।