୫ଟି ଅଙ୍ଗୁଳି ହରାଇଲେ ନବଜାତ, ଡାକ୍ତରଖାନାକୁ ୩୩ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଡାକ୍ତରଖାନାକୁ ୩୩ ଲକ୍ଷ ୭୫ ହଜାର ଟଙ୍କା ଗଣିବାକୁ ପଡ଼ିଛି । ମାମଲାର ବିଚାର କରିଛନ୍ତି ଉତର ଚେନ୍ନାଇ ଜିଲ୍ଲା ଖାଉଟି ଅଦାଲତ । ଚେନ୍ନାଇ ସହରରେ ପ୍ରତିଷ୍ଠିତ ଏକ ହସ୍ପିଟାଲର ପ୍ରସୂତି ଗୃହରେ ନବଜାତଟି ତା’ର ଡାହାଣ ହାତର ପାଂଚଟି ଅଂଗୁଳି ହରାଇଥିଲା । ଡାକ୍ତରଖାନାରୁ ନ୍ୟାୟ ନପାଇବାରୁ ପିଲାଟିର ବାପା ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିଚାର କରି ଖାଉଟି ଅଦାଲତ ଡାକ୍ତରଖାନା ପରିଚାଳକଙ୍କ ନିକଟରୁ ଡାକ୍ତରଖାନା ଖର୍ଚ୍ଚ ବାବଦକୁ ୨୩.୬୫ ଟଙ୍କା, ପିଲାଟିକୁ ଯନ୍ତ୍ରଣା ବାବଦକୁ ୧୦ ଲକ୍ଷ ଟଙ୍କା ଓ ମାମଲା ପରିଚାଳନା ବାବଦକୁ ୧୦ ହଜାର ଟଙ୍କା ଆଦାୟ କରିବାକୁ ରାୟ ପ୍ରଦାନ କରିଛନ୍ତି ।