ନୂଆଦିଲ୍ଲୀ: ଦେଶରେ କୌଣସି ଏକ ବଡ ଧରଣର ଅଘଟଣ ଘଟିବ ପୁର୍ବରୁ ୯ ଜଣ ଅଲକାଏଦା ଆତଙ୍କୀଙ୍କୁ ଗିରଫ କରିଛି ନାସନାଲ୍ ସିକୁରିଟି ଏଜେନ୍ସି ଏନଆଇଏ। ପଶ୍ଚିମବଙ୍ଗ ଓ କେରଳରେ ଆଜି ଏନଆଇଏ ପକ୍ଷରୁ ଚଢ଼ାଉ ହୋଇଥିଲା । ଏନଆଇଏ ର ଏହି ଚଢ଼ାଉରେ ମୁର୍ସିଦାବାଦ ଓ ଏର୍ଣ୍ଣାକୁଲମରେ ୯ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି ।

ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ୬ ଆତଙ୍କବାଦୀ ଓ କେରଳର ଏର୍ଣ୍ଣାକୁଲମରୁ ୩ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନାରେ ଆତଙ୍କବାଦୀ ଥିଲେ । ଏହାସହ ପଶ୍ଚିମବଙ୍ଗରୁ ଲିଉ ୟିନ୍ ଅହମ୍ମଦ, ଆବୁ ସୁଫିୟାନା ଏବଂ କେରଳରୁ ମୋସାରଫ ହୋସେନ୍ ଏବଂ ମୁର୍ସିଦ୍ ହସନ୍ ଅଲକାଏଦା ସହିତ ଏମାନେ ସିଧା ସଂପର୍କରେ ରହିଥିଲେ ବୋଲି ମଧ୍ୟ ଜଣାପଡିଛି । ଏହାକୁ ନେଇ ଏନଆଇଏ ପକ୍ଷରୁ ଅଧିକ ଛାନଭିନ୍ ଜାରି ରହିଛି ।
ଗିରଫ ହୋଇଥବା ଆତଙ୍କବାଦୀଙ୍କ ବୟସ ୨୦ମଧ୍ୟରେ ରହିଥିବା ବେଳେ ସେମାନେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି। ଏର୍ଣ୍ଣାକୁଲମରୁ ଗିରଫ ହୋଇଥିବା ୩ଜଣ ହେଲେ ମୁରସିଦ ହସନ, ୟାକୁବ ବିଶ୍ବାସ ଏବଂ ମୋସରାଫ ହୋସେନ ହୋଇଥିବା କେରଳ ପୋଲିସ ସୂଚନା ଦେଇଛି । ଏର୍ନାକୁଲମରୁ ଗିରଫ ହୋଇଥିବା ଏହି ତିନିଜଣ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଏବଂ ସେମାନେ କେରଳର ସବୁଠାରୁ ବଡ ଶ୍ରମିକ ବସ୍ତି ପେରୁମ୍ବାଭୁର ନିକଟବର୍ତ୍ତୀରେ ରହୁଥିଲେ।
ସେହିପରି ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ଅନ୍ୟ ୬ଜଣ ହେଉଛନ୍ତି ମୁର୍ସିଦାବାଦର ନାଜମୁସ୍ ସାକିବ, ଆବୁ ସୁଫିଆନ୍, ମେନୁଲ୍ ମୋଣ୍ଡାଲ୍, ଲିୟୁ ୟେନ୍ ଅହମ୍ମଦ, ଅଲ୍ ମାମୁନ୍ କମଲ ଏବଂ ଅତିତୁର ରେହମାନ।
ଅନ୍ୟପଟେ କେରଳ ଏବଂ ପଶ୍ଚିମବଙ୍ଗର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିବା ପରେ ଏନଆଇଏ ଏମାନଙ୍କୁ ଗିରଫ କରିଛି। ଆଉ ଗିରଫ ସମୟରେ ଡିଜିଟାଲ ଉପକରଣ, ଡକ୍ୟୁମେଣ୍ଟ, ଜିହାଦି ସାହିତ୍ୟ, ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସେମାନଙ୍କଠାରୁ ସାମଗ୍ରୀ ଉଦ୍ଧାର କରିଛି।