ପୁଣି ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢାଉ

ଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ସହଯୋଗରେ ଏନଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା…

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଢ଼ାଉ କରିଛି । ଉତ୍ତର କାଶ୍ମୀରରେ ଆତଙ୍କବାଦ ବିରୋଧି ଅପରେସନର ଏକ ଅଂଶ ଭାବରେ ଶ୍ରୀନଗରର ଅନ୍ୟ ସ୍ଥାନରେ ଏନଆଇଏର ନେତୃତ୍ୱରେ ସିଆରପିଏଫର ମିଳିତ ଦଳ ମଧ୍ୟ ସର୍ଚ୍ଚ କରିଛି । ସିଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ସହଯୋଗରେ ଏନଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା ।