ୟୁପି: ଉତ୍ତରପ୍ରଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କୋଭିଡ-୧୯ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ଆଜିଠାରୁ ନାଇଟ କର୍ଫ୍ୟୁ ହଟାଇବାକୁ ଘୋଷଣା କରିଛନ୍ତି । ଲକ୍ଷନଉ ସହରରେ କମ୍ ସଂକ୍ରମଣ ହେତୁ ସ୍ୱାସ୍ଥ୍ୟ ବିଭାଗ ରାପିଡ୍ ରେସପନ୍ସ ଦଳର ସଂଖ୍ୟାକୁ ଅଧାକୁ ହ୍ରାସ କରିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ଏକ ଚିଠି ପଠାଯାଇଛି ।
ଅନ୍ୟପକ୍ଷର ଲକ୍ଷନଉ ବର୍ତ୍ତମାନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏଭଳି ପରିସ୍ଥିତିରେ ରାପିଡ୍ ରେସପନ୍ସ ଦଳ ୫୦ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ।