ନିକ୍କି ତାମ୍ବୋଲି କରୋନା ସଂକ୍ରମିତ

ସେ ଲେଖିଛନ୍ତି ମୋ ରିପୋର୍ଟ ପଜିଟିଭ ଆସିଛି….

ମୁମ୍ବାଇ: ସାରା ଦେଶରେ ପୁଣି ଥରେ କରୋନା ଭାଇରସର ବିପଦ ବଢିବାରେ ଲାଗିଛି । ବର୍ତ୍ତମାନ ଅଭିନେତ୍ରୀ ନିକ୍କି ତାମ୍ବୋଲି ମଧ୍ୟ ପଜିଟିଭ ହୋଇଛନ୍ତି । ଯେଉଁଥିରେ ନିକି କହିଛନ୍ତି ସେ ନିଜ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି । ନିକି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ମୋ ରିପୋର୍ଟ ପଜିଟିଭ ଆସିଛି । ମୋର ବହୁତ ଭାରି ଲକ୍ଷଣ ରହିଛି । ନିଶ୍ଚିତକରଣ ପରେ, ମୁଁ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିଛି, ଯେଉଁଠାରେ ମୁଁ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛି । ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଥିବା ଲୋକଙ୍କୁ ମୋର ଅନୁରୋଧ, ସେମାନେ ଯଥାଶୀଘ୍ର ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅପିଲ କରିଛନ୍ତି ।