ନଦୀରେ ବସ ଖସି ୯ ମୃତ
ବସ୍ ରୋହିଣୀ ନଦୀ ପାଖରେ ପହଞ୍ଚ଼ିଥିଲା ଚାଳକ ନିୟନ୍ତ୍ରଣ ହରାଇ ଅନିୟନ୍ତ୍ରିତ ହୋଇ ନଦୀରେ ଖସି ପଡ଼ିଥିଲା…
ନୂଆଦିଲ୍ଲୀ: ନେପାଳରେ ରୂପନଦେହୀ ଜିଲ୍ଲାର ଭୈରହବାଂ ଠାରେ ରୋହିଣୀ ନଦୀରେ ବସ ଖସି ୯ଜଣଙ୍କ ମୃତ୍ୟୁ ହେବା ସହ ୨୩ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ଜନକପୁରରୁ ଭୈରହବାଂ ଆଡ଼କୁ ଆସୁଥିବା ବସ ରୋହିଣୀ ପୋଲର ରେଲିଂ ଭାଙ୍ଗି ନଦୀରେ ପଡ଼ିଯାଇଥିଲା । ସୂଚନାସୂଚନା ଅନୁଯାୟୀ ଜନକପୁରରୁ ଭୈରୋହବାଂ ଆଡ଼କୁ ଆସୁଥିବା ବସରେ ପାଖାପାଖି ୩୩ ଯାତ୍ରୀ ଥିଲେ । ଯେତେବେଳେ ବସ୍ ରୋହିଣୀ ନଦୀ ପାଖରେ ପହଞ୍ଚ଼ିଥିଲା ଚାଳକ ନିୟନ୍ତ୍ରଣ ହରାଇ ଅନିୟନ୍ତ୍ରିତ ହୋଇ ନଦୀରେ ଖସି ପଡ଼ିଥିଲା ।