ନୀତିନ ଗଡକାରୀ ଚଢିଲେ ହାଇଡ୍ରୋଜେନ କାର

ନୂଆଦିଲ୍ଲୀ: ଭାରତର ପ୍ରଥମ ହାଇଡ୍ରୋଜେନ କାରରେ ସଂସଦ ପହଞ୍ôଚଛନ୍ତି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସୂଚନାଯୋଗ୍ୟ ଯେ, ଏହି କାର ଆଡଭାନ୍ସ ସେଲ ଅକ୍ସିଜେନ ଓ ହାଇଡ୍ରୋଜେନ ମିଶ୍ରଣରେ ବିଜୁଳି ଉତ୍ପନ୍ନ କରିଥାଏ । ଭାରତ ପରିବହନ କ୍ଷେତ୍ରରେ ଏହି କାର ଜରିଆରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । କାରଣ ଏହି କାର ଦ୍ୱାରା କୌଣସି ପ୍ରକାର ପ୍ରଦୂଷଣ ହୋଇନଥାଏ । ଏହି ହାଇଡ୍ରୋଜେନ କାରକୁ ଟୋୟଟା କମ୍ପାନୀର ପାୟଲୋଟ ପ୍ରୋଜେକ୍ଟ ଅନ୍ତର୍ଗତ ପ୍ରସ୍ତୁତ କରାଯାଇଛି । ଏହି କାରଟି ସଂସଦରେ ପହଞ୍ଚିବା ପରେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା ।