ଇଣ୍ଡୋନେସିଆରେ ଭୂକମ୍ପ, କ୍ଷୟକ୍ଷତି ସୂଚନା ମିଳିନି

ଜାକର୍ତା: ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଇଣ୍ଡୋନେସିଆର ଉତର ସୁଲାବେଶୀ ରାଜ୍ୟରେ ରିଚର ସ୍କେଲରେ ୬.୨ ତୀବ୍ରତା ସଂପନ୍ନ ଭୂକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଭୂଗର୍ଭରେ ଫାଟ ସୃଷ୍ଟି ହୋଇଛି ।

ଭୂକମ୍ପ କାର୍ଯ୍ୟାଳୟ ସୂତ୍ରରୁ ସୁନାମି ସତର୍କ କରାଯାଇନି । ଏହି ଭୂକମ୍ପରେ ସେଭଳି ବଡ଼ ଧରଣର କ୍ଷୟକ୍ଷତି ଘଟି ନଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଜୀବନ୍ତ ଭୂକମ୍ପ ବଳୟ ଭିତରେ ଇଣ୍ଡୋନେସିଆ ରହିଛି ।