ନୂଆଦିଲ୍ଲୀ : କିଛି ଲୋକ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ମାସ୍କ ପିନ୍ଧିବାକୁ କୁଣ୍ଠାବୋଧ କରୁଛନ୍ତି । ଟ୍ରେନ୍ରେ ବିନା ମାସ୍କରେ ପଶିଥିବା ଜଣେ ଯୁବକଙ୍କୁ ଯାତ୍ରୀମାନେ ଗୋଇଠା ବିଧା ମାରି ବିଦା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ବିଶେଷ କରି ଦୁଇ ଜଣ ମହିଳା ଯୁବକଙ୍କୁ ତଣ୍ଟିଆ ମାରି ଟ୍ରେନରୁ ବାହାର କରିଦେଇଛନ୍ତି । ପରେ ପୁରୁଷ ଯାତ୍ରୀମାନେ ମଧ୍ୟ ପ୍ରତିବାଦ କରିଛନ୍ତି । କିନ୍ତୁ ଯୁବକଜଣଙ୍କ ଟ୍ରେନରୁ ଓହ୍ଲାଇବାକୁ ରାଜି ନଥିଲେ । ବଗିରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ନିଜ ନିଜ ସିଟରୁ ଛିଡ଼ା ହୋଇ ଯୁବକଙ୍କୁ ଟ୍ରେନରୁ ଓହ୍ଲାଇବାକୁ କହୁଥିବା ମଧ୍ୟ ଦେଖିବାକୁ ମିଳିଛି । ଶେଷରେ କିଛି ଉପାୟ ନପାଇ ଯୁବକ ଜଣକ ଟ୍ରେନରୁ ଓହ୍ଲାଇ ପଡିଥିଲେ ।