ନାଟୋକୁ ନା : ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ୧୪ ଦିନରେ ପହଞ୍ôଚଛି । ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶେଷରେ ରୁଷ ଆଗରେ ହାର ମାନିଛନ୍ତି । ସେହିପରି ନାଟୋ ସଦସ୍ୟତା ପାଇଁ ୟୁକ୍ରେନ ଆଶାୟୀ ନଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କ । ଏହାସହ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରନର ଦୁଇଟି ଅଞ୍ଚଳକୁ ସ୍ୱାଧିନ ମାନ୍ୟତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ନାଟୋ ୟୁକ୍ରନର ସଦସ୍ୟତାକୁ ଗ୍ରହଣ କରିବନି ବୋଲି ମୁ ଜାଣିଥିଲି । ସେହିପରି ଜଲେନସ୍କି କହିଛନ୍ତି ମୁଁ ଏହିପରି ଦେଶର ରାଷ୍ଟ୍ରପତି ହେବାକୁ ଚାହିଁବିନି ଯିଏ ଆଣ୍ଠୁ ମାରି ଭିକ ମାଗୁଥିବ । ସୂଚନାଯୋଗ୍ୟ ଯେ, ୟୁକ୍ରନର ନାଟୋ ସଦସ୍ୟ ପାଇଁ ଆଗ୍ରହ ପ୍ରକାଶ କରିବା ରୁଷର ଆକ୍ରମଣ ପଛର ଏକ ପ୍ରମୁଖ କାରଣ ।

 

 

ଅନ୍ୟପକ୍ଷରେ ରୁଷର ଭୟ ଯେ, ଯଦି ନାଟୋ ସେନା ୟୁକ୍ରନରେ ପ୍ରବେଶ କରନ୍ତି ତେବେ ତାହା ରୁଷ ପାଇଁ ବିପଦ ହେବ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଏହି ଦୁଇ ଅଞ୍ଚଳ ଉପରେ କୌଣସି ଦେଶର ଅଧିକାର ରହିବ ନାହିଁ । ସେହିପରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଲୋଚନା ପାଇଁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ।