ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟକ୍ତିଙ୍କୁ ମଦ ଦୋକାନକୁ ଯାଇ ମଦ କିଣିବାକୁ ହେଲେ ପ୍ରଥମେ ଦୁଇଟି ଡୋଜର କରୋନା ଟିକାର ପ୍ରମାଣପତ୍ର ଦେଖାଇବାକୁ ହେବ । ଯଦି କୌଣସି ବ୍ୟକ୍ତି କରୋନା ଟିକାର ଦୁଇଟି ଯାକ ଡୋଜ ନେଇନଥିବେ ସେମାନଙ୍କୁ ମଦ ଦିଆଯିବ ନାହିଁ ବୋଲି ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଅବକାରୀ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣକୁ ଏବଂ ମଦର ଚାହିଦାକୁ ଆଖି ଆଗରେ ରଖି ଦେଶରେ ଟିକାକରଣ ଶେଷ ପର୍ଯ୍ୟାୟ ଆଡକୁ ଯାଉଥିବା ବେଳେ ଏବେ ବି କିଛି ଲୋକ ରହିଛନ୍ତି, ଯେଉଁମାନେ ଟିକା ନେଇନାହାନ୍ତି । ଟିକା ନେଇନଥିବା ଲୋକମାନଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଇବା ପାଇଁ ଖଣ୍ଡୱା ଜିଲ୍ଲା ଅବକାରୀ ବିଭାଗ ଏବେ ଭିନ୍ନ ଭିନ୍ନ ରାସ୍ତା ଆପଣାଇଛି । ଏହି ନିୟମ ତୁରନ୍ତ ଲାଗୁ କରାଯିବାକୁ କୁହାଯାଇଥିବା ବେଳେ ଏହି ପଦକ୍ଷେପ ପରେ ଜିଲ୍ଲାରେ ଟିକାକରଣ ସଫଳ ହେବ ବୋଲି ଆଶା କରାଯାଉଛି ।