ଏବର୍ଷ ହେବନି ସଂସଦର ଶୀତ ଅଧିବେଶନ-shaksi news

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଚଳିତ ବର୍ଷ ସଂସଦରେ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସରକାର ସୂଚନା ପ୍ରଦାନ କରିଛନ୍ତି। ଏ ନେଇ ମହାମାରୀ କରୋନା ବ୍ୟାପିବାରୁ ରୋକିବା ପାଇଁ ସମସ୍ତ ରାଜନୈତିକ ଦଳ ଶୀତ ଅଧିବେଶନକୁ ବନ୍ଦ ରଖି ସିଧାସଳଖ ଜାନୁଆରିରେ ହେବାକୁ ଥିବା ବଜେଟ୍‌ ଅଧିବେଶନ ପ‌ାଇଁ ସହମତି ଦେଇଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ।

ତେବେ ବିବାଦୀୟ ନୂଆ କୃଷି ଆଇନ୍‌ ଉପରେ ଆଲୋଚନା କରିବାକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପତ୍ରର ଉତ୍ତର ଦେଇ ଯୋଶୀ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଆଇନରେ ସଂଶୋଧନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏହା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ଏହାର ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ସେ ସମସ୍ତ ଦଳର ନେତାଙ୍କ ସହ କଥା ହୋଇ ଶୀତ ଅଧିବେଶନ ବନ୍ଦ କରିବା ପାଇଁ ସହମତି ପାଇଛନ୍ତି।