ଯୋଧପୁରରେ ନେହା

ରାଜସ୍ଥାନ: ରାଜସ୍ଥାନ ଯୋଧପୁରରେ ଭିକି-କ୍ୟାଟ୍ରିନାଙ୍କ ବିବାହରେ ଡ୍ୟାନ୍ସ ପରଫର୍ମ କରିବେ ବଲିଉଡର ଗାୟିକା ନେହା କକ୍କଡ ଓ ତାଙ୍କ ସ୍ୱାମୀ ରୋହନପ୍ରିତ ସିଂ । ଏଥିପାଇଁ ସବୁ ପ୍ରସ୍ତୁତି ପ୍ରାୟ ସରି ଆସିଲାଣି । ଅତିଥିମାନେ ବି ନିଜର ପ୍ରସ୍ତୁତି କରି ସାରିଲେଣି ।

ଖବର ଅନୁଯାୟୀ ନିକଟରେ ନେହା ଓ ରୋହନପ୍ରିତ ବିଦେଶ ଭ୍ରମଣ କରିବାକୁ ଯାଇଥିବା ବେଳେ ଏବେ ତାଙ୍କୁ ପ୍ରଥମେ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ କରାଯାଇଥିଲା । ହେଲେ ଶନିବାର ତାଙ୍କୁ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଯଦିଓ ନେହା କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ କି ନାହିଁ ତାହାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରି କରାଯାଇ ନାହିଁ । କିନ୍ତୁ ଏହି ସମୟରେ ନେହା ଓ ରୋହନପ୍ରିତଙ୍କୁ ଯୋଧପୁରରେ ଦେଖି ଗୋଟିଏ କଥା ହିଁ ଅନୁମାନ କରାଯାଉଛି ।