ରୁଷ୍‌କୁ ଗୋଟେ ଇଂଚ୍‌ ଜମି ଦିଆଯିବନି

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ….

ନୂଆଦିଲ୍ଲୀ: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିକଟରେ ଲଣ୍ଡନରେ ନାଟୋ ଏବଂ ୟୁରୋପୀୟ ସଂଘର ନେତାମାନଙ୍କୁ ଭେଟିଛନ୍ତି। ଉକ୍ତ ଉଚ୍ଚସ୍ତରୀୟ ବୈଠକ ପରେ, ଜେଲେନସ୍କି ରୁଷକୁ ସଫା ସଫା କହିଛନ୍ତି, ରୁଷିଆକୁ କୌଣସି ପରିସ୍ଥିତିରେ ଗୋଟିଏ ଇଂଚ୍‌ ଜମି ଛାଡ଼ିବୁନି। ଜେଲେନସ୍କିଙ୍କ ଏଭଳି ଜବାବ ଆମେରିକାର ଶାନ୍ତି ପ୍ରସ୍ତାବକୁ ଏକ ପ୍ରକାର ଝଟ୍‌କା ଦେଇଛି।
ୟୁକ୍ରେନ୍‌-ରୁଷ ଯୁଦ୍ଧ ସମାପ୍ତ ପାଇଁ କୂଟନୈତିକ ପ୍ରୟାସ ଜାରି ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଲଗାତର ବିଶ୍ୱ ନେତାଙ୍କୁ ଭେଟୁଛନ୍ତି, ନାନା ଆଲୋଚନା କରୁଛନ୍ତି। କିଛିଦିନ ତଳେ ସେ ଲଣ୍ଡନରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିମ୍‌ ଷ୍ଟାରମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜର୍ମାନ ଚାନ୍‌ସେଲର ଫ୍ରୋଡିଚ୍‌ ମର୍ଜଙ୍କ ସହିତ ସାକ୍ଷାତ କରିଛନ୍ତି। ବୈଠକ ପୂର୍ବରୁ ଜେଲେନସ୍କି ବ୍ରୁସେଲ ଯାଇ ନାଟୋ ଓ ଇୟୁ ନେତାଙ୍କ ଆଗରେ ୟୁକ୍ରେନ୍‌ ଆଭିମୁଖ୍ୟ ରଖିଛନ୍ତି।

ଯୁଦ୍ଧ ବିରତି ପାଇଁ ୟୁକ୍ରେନ୍‌ ସ୍ଥିତି ମଜଭୁତ କରିବାର ଥିଲା। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ରୋକିବାର ଚେଷ୍ଟା କରୁଛନ୍ତି, କିନ୍ତୁ ପୁଟିନଙ୍କ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରି ପାରିନାହାଁନ୍ତି।
ଲଣ୍ଡନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜେଲେନ୍‌ସ୍କି କଡା ଭାଷାରେ କହିଛନ୍ତି ଯେ ସେ ଆମେରିକା ଶାନ୍ତି ଯୋଜନାରେ ପ୍ରସ୍ତାବିତ କିଛି ୟୁକ୍ରେନ୍‌ ଅଂଚଳକୁ ରୁଷ ହାତକୁ ଟେକିଦେବେନି।