ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଏବେ ସହଜରେ ମିଳିବ କୋଭିଡ୍ ଅପଡେଟ୍ । କାରଣ ଲୋକେସନ୍ ଦେଖାଉଥିବା ଗୁଗଲ୍ ମ୍ୟାପ୍ ରେ ଏବେ ଆଡ୍ ହୋଇଛି ନୂଆ ଫିଚର୍ସ । ଯେଉଁଥିରେ ମ୍ୟାପ୍ ସହ କୋଭିଡ୍ ଅପଡେଟ୍ ମଧ୍ୟ ଦେଖାଇବ ଏହି ଆପ୍। କଣ୍ଟେନ୍ଟମେଣ୍ଟ୍ ଜୋନ୍ କୁ ନ ଯିବାକୁ ମଧ୍ୟ ସତର୍କ କରାଇବ ଗୁଗଲ୍ ମ୍ୟାପ୍।

ଦିନକୁ ଦିନ କୋଭିଡ୍ କେସ ବଢିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ଅଧିକରୁ ଅଧିକା ସୁରକ୍ଷା ଓ ସତର୍କ ରହିବାର ଆବଶ୍ୟକ ରହିଛି। ଏହି ସମୟରେ ଗୁଗଲ୍ ମ୍ୟାପ୍ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଆପ୍ ରେ ଆଣିଛି ନୂଆ ଅପଡେଟ୍ ।
ତେବେ ଗୁଗଲ୍ ମ୍ୟାପ୍ ଖୋଲିଲେ କରୋନା ଭାଇରସ୍ (କୋଭିଡ୍-୧୯) ଲେଖାଥିବା ଏକ ଆଇକନ୍ ଆସିବ । ସେଥିରେ କରୋନା ଭାଇରସ୍ ସମ୍ପର୍କିତ ସମସ୍ତ ତଥ୍ୟ ମିଳିବା ସହ କଣ୍ଟେନ୍ଟମେଣ୍ଟ ଜୋନ୍ ଗୁଡିକ ବିଷୟରେ ମଧ୍ୟ ଅପଡେଟ୍ ମିଳିବ । କେଉଁ ସ୍ଥାନରେ କେତେ ଲୋକ ଆକ୍ରାନ୍ତ ଅଛନ୍ତି କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହାର ମଧ୍ୟ ସୂଚନା ମିଳିବ । ଏହା ସହ ସରକାରଙ୍କ ତରଫରୁ ଯାହା କୋଭିଡ୍ ସମ୍ପର୍କିତ ଖବର ଆସିବ ତାହା ମଧ୍ୟ ସେଥିରେ ଉପଲବ୍ଧ ହେବ ।
ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ସୁନ୍ଦର ପିଛାଇ।କରୋନାର ଭୟାବହତା ଦିନକୁ ଦିନ ଲୋକଙ୍କୟା ଦାରୁଥିବା ବେଳେ ଗୁଗଲ ର ଏହି ନୂଆ ଅପଡେଟ୍ ଲୋକଙ୍କ ପାଇଁ ସାହାଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।