ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ଓଡିଶା ରାଜନୀତିରେ ବିରାଟ ପରିବର୍ତନ ଘଟିବ ବୋଲି ନୂଆଦିଲ୍ଲୀସ୍ଥିତ ଆରପିଡି ସର୍ବେକ୍ଷଣ ରିପୋର୍ଟ ସୂତ୍ରରୁ ପ୍ରକାଶ । ବିଜେପି ଓ କଂଗ୍ରେସ ତୁଳନାରେ ଲୋକମାନେ ବିଜେଡି ପ୍ରତି ଅଧିକ ଆସ୍ଥା ପ୍ରକଟ କରିଛନ୍ତି । ପାଂଚବର୍ଷ ଧରି ଶୋଷଣର ଶିକାର ଓ ନିର୍ବାଚନ ସମୟରେ ନୋଟ ନେଇ ଭୋଟ ଦେବାର ଅଭ୍ୟାସକୁ ଲୋକମାନେ ଆଉ ଦୋହରାଇବାକୁ ଚାହୁଁନାହାନ୍ତି । ତେଣୁ ଲୋକମାନେ ନୂଆ ଦଳ ଓ ନୂଆ ନେତାକୁ ଆଦରିନେବା ଚକ୍କରରେ ଅଛନ୍ତି । ବିଜେପି କି କଂଗ୍ରେସ ନୁହେଁ; ବିଜେଡିକୁ ମୁକାବିଲା କରିବା ପାଇଁ ନୂଆ ଦଳଟିଏ ସାମ୍ନାକୁ ଆସିବା ଉଚିତ ବୋଲି ଅଧିକାଂଶ ବୁଦ୍ଧିଜୀବୀ ରାସ୍ତାଘାଟରେ କହିବା ଆରମ୍ଭ କଲେଣି ।
୫ ବର୍ଷ ଲୋକଙ୍କୁ ଲୁଟିବା ଓ ନିର୍ବାଚନ ସମୟରେ ରାଜକୋଷ ଖୋଲି ଭୋଟ ନେବା ନବୀନବାବୁଙ୍କର ପୁରୁଣା ଅଭ୍ୟାସ ବୋଲି ଲୋକମାନେ ବୁଝିଲେଣି । ଝିଂଟିକା ମାରି ବଣି ପୋଷିବା ବିଜେଡି ମୁଖିଆଙ୍କର ଏକମାତ୍ର ଉଦ୍ଦେଶ୍ୟ । ପରଲୋକଗତ ବିଧାୟକଙ୍କ ପୁଅ ବା ପତ୍ନୀଙ୍କୁ ଜିତାଇ ରାଜ୍ୟରେ ମହିଳା ଓ ଯୁବ ନେତୃତ୍ୱର ବିକାଶ ଚାଲିଛି କହି ନବୀନବାବୁ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ସର୍ବେକ୍ଷକଙ୍କ ପ୍ରଶ୍ନର ଜବାବରେ ସାଧାରଣ ବର୍ଗର ଭୋଟରମାନେ କହିଛନ୍ତି ।
ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିର ପ୍ରଭାବ ୧୪୦ କୋଟି ଲୋକ ଭୋଗୁଥିଲା ବେଳେ ମୋଦୀ ଓ ନବୀନ ସରକାର କେବଳ ସରକାରୀ ଚାକିରିଆଙ୍କୁ ମହଙ୍ଗା ଭେଟି ଦେଉଥିବାରୁ ୮୪ ଭାଗ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ମତବ୍ୟକ୍ତ କରିଛନ୍ତି । ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀଙ୍କ ଭିତରୁ ୮୯ ଭାଗ ନବୀନବାବୁଙ୍କ ଅମଳରେ ବ୍ୟକ୍ତିଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା କହିଛନ୍ତି । ଏପରି ସମୟରେ ରାଜ୍ୟର ୨ ଲକ୍ଷ ୩୦ କୋଟି ଭୋଟର ଆପଣା ମତଲବରେ ଅଛନ୍ତି । ‘ରାଇଟ୍ ପର୍ସନ୍ସ ଡ୍ରାଇଭ’ ସଂସ୍ଥାର ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଲୋକମାନେ ବିଜେଡି, ବିଜେପି ଓ କଂଗ୍ରେସ ତୁଳନାରେ ନୂଆ ଦଳକୁ ଆଦରିବା ଚକ୍କରରେ ଅଛନ୍ତି ।