କଶ୍ମୀର ପ୍ରସଙ୍ଗରେ ପାଟି ଫିଟାଇଲା ଓଆଇସି
ପ୍ରକୃତ ବିବାଦର ମୂଳାଧାର ନଜାଣିଲେ, ସମାଧାନର ସୂତ୍ର ବାହାର କରିବା କଷ୍ଟକର….
ନୂଆଦିଲ୍ଲୀ: ପିଓକେ ଗସ୍ତରେ ଯାଇ ଇସ୍ଲାମିକ୍ ସଂଗଠନ ‘ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ ବା ଓଆଇସି’ କଶ୍ମୀର ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି । ଓଆଇସି ସେକ୍ରେଟାରୀ ଜେନେରାଲ୍ ହିସେନ୍ ବ୍ରାହିମ୍ ତାହ କଶ୍ମୀର ବିବାଦର ଆଶୁ ସମାଧାନ ପାଇଁ ଭାରତ-ପାକିସ୍ତାନକୁ ଗୋଟିଏ ଟେବୁଲରେ ବସାଇବାର ଉଦ୍ୟମ ଚଳାଇଥିବା କହିଛନ୍ତି । ତାଙ୍କ ମତରେ ଯୋଜନା କରୁଛନ୍ତି ।
ଏଥିପାଇଁ ସେ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟ ମୁସଲିମ ରାଷ୍ଟ୍ର ସହିତ ଆଲୋଚନା କରି ସମାଧାନର ସୂତ୍ର ବାହାର କରିବେ ବୋଲି କହିଛନ୍ତି । ଓଆଇସି ବୈଠକରେ ପାକିସ୍ତାନ ବହୁବାର କଶ୍ମୀର ପ୍ରସଙ୍ଗ ଉଠାଇ ଆସିଥିଲେ ମଧ୍ୟ ପୂର୍ବରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇ ନଥିଲା ।
ପାକିସ୍ତାନ ରାଷ୍ଟ୍ରପତିଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓଆଇସି ମହାସଚିବ ତାହ କହିଛନ୍ତି, ରାସ୍ତା ଉପରେ ଠିଆ ହୋଇ ଭାରତ-ପାକିସ୍ତାନ ମଧ୍ୟରେ ଗଡ଼ି ଆସୁଥିବା କଶ୍ମୀର ବିବାଦର ଆଶୁ ଆଲୋଚନା ଅସମ୍ଭବ । ଏଥିପାଇଁ ମିଳିତ ଉଦ୍ୟମ ଜରୁରୀ । ସବୁ ମୁସଲିମ ରାଷ୍ଟ୍ର କଶ୍ମୀର ବିବାଦର ମୂଳ ରହସ୍ୟ ଜାଣିବା ଦରକାର । ପ୍ରକୃତ ବିବାଦର ମୂଳାଧାର ନଜାଣିଲେ, ସମାଧାନର ସୂତ୍ର ବାହାର କରିବା କଷ୍ଟକର ।