ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଲାଗି ସମଗ୍ର ଦେଶରେ ଭୟ ସୃଷ୍ଟି କରିଛି । ଏହାସହ କରୋନାର ତୃତୀୟ ଲହର ଆଶଙ୍କା ବି ରହିଛି । ଜାନୁଆରୀ ୨୦୨୨ରେ ଆସିପାରେ କରୋନାର ତୃତୀୟ ଲହର । ଫେବ୍ରୁଆରୀରେ ଏହା ପିକ୍ରେ ରହିବା ସହ ଦୈନିକ ସଂକ୍ରମଣ କେସ ଦେଢଲକ୍ଷ ହୋଇପାରେ ବୋଲି ଆଇଆଇଟି କାନପୁରର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ତୃତୀତୟ ଲହରକୁ ନେଇ କିଛି ଏଭଳି ଦାବି କରାଯାଇଛି ।
ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଦାବି କରିଛନ୍ତି ଯେ, ଦେଶରେ କୋଭିଡ-୧୯ର ତୃତୀୟ ଲହର ଆସନ୍ତାବର୍ଷରୁ ଆରମ୍ଭ ହୋଇପାରେ ଏବଂ ଫେବ୍ରୁଆରୀରେ ଏହା ଶିଖର ଛୁଇଁବାର ସମ୍ଭାବନା ରହିଛି । ଏହା ଫଳରେ ଦୈନିକ ମାମଲା ଦେଢ ଲକ୍ଷରୁ ଅଧିକ ଚିହ୍ନଟ ହୋଇପାରନ୍ତି । ଓମିକ୍ରନ୍ ଡେଲ୍ଟା ଭାରିଏଣ୍ଟଠାରୁ ଦୁଇଗୁଣ ଅଧିକ ଦ୍ରୁତ ଗିତରେ ବ୍ୟାପେ । ତଥ୍ୟ ଅନୁଯାୟୀ- ନାଇଟ କର୍ଫ୍ୟୁ, ଜନଗହଳି ଉପରେ ପ୍ରତିବନ୍ଧକ ନଲଗାଇଲେ ସଂକ୍ରମିତ ସଂଖ୍ୟା ବୃଦ୍ଧି ଘଟିବ । ତେଣୁ ପ୍ରତିବନ୍ଧକ ଲଗାଇ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହୋଇପାରିବ ବୋଲି ସେ କହିଥିଲେ ।