ଉଦଯାପନୀ ଦିବସ ରେ ତ୍ରିରଙ୍ଗା ଧରିଲେ ଅବନୀ ଲେଖାର

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଉଦଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଏହି କ୍ରୀଡ଼ା ମହାକୁମ୍ଭରେ ପଡ଼ିଛି ଯବନିକା। କରୋନା ଭାଇରସ ଯୋଗୁ ବର୍ଷକ ବିଳମ୍ବରେ ଆୟୋଜିତ ଏହି କ୍ରୀଡ଼ାର ପ୍ରତିକୂଳ ପରିସ୍ଥିତିରେ ସଫଳ ଆୟୋଜନ ହୋଇଛି। ଭାରତର ଗୋଲ୍ଡେନ ଗର୍ଲ ଅବନୀ ଲେଖରା ଉଦଯାପନୀ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ ହୋଇଛନ୍ତି। ସେ ହାତରେ ତ୍ରିରଙ୍ଗା ଧରି ଦେଶର ଗୌରବକୁ ଆଗକୁ ବଢ଼ାଇଥିଲେ।