ଯୁଦ୍ଧର ଚତୁର୍ଥ ଦିନରେ ଆକାଶ ମାର୍ଗରୁ ରୁଷର ଲଗାତର ଆକ୍ରମଣ

ରୁଷ ଆକ୍ରମଣରେ ୟୁକ୍ରେନର ୧୯୮ ନାଗରିକଙ୍କ ମୃତ୍ୟୁବରଣ

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଅତି-ଭୟଙ୍କର ହେବାରେ ଲାଗିଛି । ଏହି ଯୁଦ୍ଧରେ ଅନେକ ଜନସାଧାରଣଙ୍କ ଜୀବନ ଯାଇଛି । ରୁଷ ଆକ୍ରଣମରେ ୧୯୮ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ଦାବି କରିଛି ୟୁକ୍ରେନ । ଏନେଇ ୟୁକ୍ରେନର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରୁଷ ଆକ୍ରମଣକାରେ ଆମର ୧୯୮ ନାଗରିକ ଓ ଶିଶୁ ମୃତ୍ୟୁବରଣ କରିଛନ୍ତି ।

ସେହିପରି ୩୩ ଜଣ ଶିଶୁଙ୍କୁ ସହ ୧ ହଜାର ୧୧୫ ଜଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ରୁଷ ଆକ୍ରମଣ ଲାଗି ଏକ ଲକ୍ଷରୁ ଅଧିକ ୟୁକ୍ରେନବାସୀ ପୋଲାଣ୍ଡରେ ଶରଣ ପଶିଥିବା ସେଠାକାର ସରକାର କହିଛନ୍ତି । ସେହିପରି ୟୁକ୍ରେନର ପ୍ରମୁଖ ସହର ମେଲିଟୋପୋଲକୁ ଦଖଲ କରିନେଇଥିବା ରୁଷ ସେନା ଦାବି କରିଛି ।

ଅନ୍ୟପକ୍ଷେ, ଆଜି ଅର୍ଥାତ୍ ରବିବାର ହେଉଛି ଯୁଦ୍ଧର ଚତୁର୍ଥ ଦିନ । ଆକାଶ ମାର୍ଗରୁ ରୁଷର ଲଗାତର ଆକ୍ରମଣ ଫଳରେ ୟୁକ୍ରେନ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି । ରାଜଧାନୀ କିଭ୍ କୁ ଅକ୍ତିଆର କରିବା ପାଇଁ ରୁଷ ନିଜର ସବୁ ଚେଷ୍ଟା କରିବାରେ ଲାଗିଛି ।