ଶ୍ରୀନଗର: ଆତଙ୍କବାଦୀମାନେ ବାରାମୂଲାରେ ଥିବା ଏକ ମଦ ଦୋକାନକୁ ଲକ୍ଷ୍ୟ କରି ବୁର୍କାପିନ୍ଧା ଆତଙ୍କବାଦୀମାନେ ବୋମା ଫିଙ୍ଗିଛନ୍ତି । ଏହି ଆକ୍ରମଣରେ ୪ ଜଣ ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ଅନୁସାରେ ଦୀୱାନ ବାଗ ବାରାମୂଲାରେ ଏକ ନୂଆ ମଦ ଦୋକାନ ଖୋଲିଛି । ସୂଚନାଯୋଗ୍ୟ ଯେ, ଦୋକାନ ବାହାରେ ବାଇକରେ ଦୁଇଜଣ ବୁର୍କା ପିନ୍ଧା ଆତଙ୍କବାଦୀ ପହଞ୍ଚିଥିଲେ । ଏଥିରୁ ଜଣେ ଆତଙ୍କବାଦୀ ହାତରେ ଗ୍ରେନେଡ ଧରି ଦୋକାନକୁ ଯାଇ ଫିଙ୍ଗି ଦେଇ ଏହା ପରେ ଘଟଣାସ୍ଥଳରୁ ସାଥୀ ବାଇକ୍ ଆରୋହୀଙ୍କ ସହିତ ଫେରାର ହୋଇଯାଇଥିବା ଜଣାପଡିଛି ।