ବିଷଧର ସାପକୁ କାମୁଡ଼ି ମାରିଦେଲା ବର୍ଷକର ପିଲା

ବିହାରର ଘଟଣା । ଭାରତ-ନେପାଳ ସୀମାନ୍ତ ଅଂଚଳରେ ଅବସ୍ଥିତ ବିହାରୀ ଟାଉନ୍ । ସେହି ଟାଉନରେ ଗୋଟିଏ ବିଷଧର ସାପକୁ କାମୁଡ଼ି ମାରିଦେଇଛି ମାତ୍ର ବର୍ଷକର ବାଳୁତ । ପିଲାଟିର ଜେଜି ମା’ ସ୍ଥାନୀୟ ଗଣମାଧ୍ୟମକୁ କହିଚନ୍ତି ଯେ ପିଲାଟିର ହାତରେ ସାପ ଗୁଡ଼ାଇ ହୋଇ ଯାଇଥିବା ଦେଖି ସେମାନେ ଭାରି ଡରି ଯାଇଥିଲେ । କିନ୍ତୁ ସାପଟି ହଲଚଲ ହେଉ ନଥିବାର ଦେଖି ସେମାନେ ପିଲା ନିକଟକୁ ଯାଇ ଯାହା ଦେଖିଲେ, ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି ।

ପିଲାଟିକୁ ଧରି ପରିବାର ଲୋକ ଡାକ୍ତରଖାନାକୁ ଧାଇଁଲେ । ଡାକ୍ତର ବାଳୁତ ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଆଶୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପିଲାଟି ଏବେ ବିପଦମୁକ୍ତ ଅଛି । ଡାକ୍ତର କହିଛନ୍ତି, ଠିକ ସମୟରେ ବାଳୁତ ପିଲାଟିର ଚିକିତ୍ସା କରାଯିବାରୁ ତା’ର ଜୀବନ ରହିଗଲା ।