କେବଳ ବିଜେପି ନେତାଙ୍କ ଜୀବନ ଅତି ମୂଲ୍ୟବାନ

ଅନ୍ୟ ଦଳର ନେତାଙ୍କୁ ହାଣମୁହଁରେ ପକାଇ ଦିଆଯାଇଛି….

ନୂଆଦିଲ୍ଲୀ: ନାଗାଲାଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତାମାନଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ସୋମବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । କେବଳ ଭିଭିଆଇପି ନେତା ଓ ପ୍ରଶାସକଙ୍କୁ କଡ଼ା ସୁରକ୍ଷା ବଳୟରେ ରଖାଯିବାର ବନ୍ଦୋବସ୍ତ ରଖାଯାଇଛି ।

କିନ୍ତୁ ମୋଦୀଙ୍କ ଶାସନରେ ‘ବିପଦ ଯୁଆଡୁ ମାଡ଼ି ଆସିବାର ସଂକେତ ମିଳିବ, ସେଇ ଦିଗକୁ କଡ଼ା ସୁରକ୍ଷା ଦିଆଯିବ’ । ସଦ୍ୟତମ ସୂଚନା ମୁତାବକ ନାଗାଲାଣ୍ଡର ବିଜେପି ମୁଖ୍ୟ ନଳିନୀ କୋହଲିଙ୍କ ସମେତ ରୁତୁରାଜ ସିହ୍ନା ଓ ଅଭୟ ଗିରିଙ୍କୁ ୱାଇପ୍ଲସ ସୁରକ୍ଷା ପ୍ରଦାନ କରାଯିବ । ନାଗାଲାଣ୍ଡ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ସିଆଇଏସ୍‌ଏଫ୍‌ କମାଣ୍ଡୋ ନିୟୋଜିତ ରହିବେ ।
ଭାରତରେ ଚାରି ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଛି ।

ସେଗୁଡ଼ିକୁ ଏକ୍ସ, ୱାଇ, ୱାଇପ୍ଲସ, ଜେଡ୍‌ ଓ ଜେଡ୍‌ପ୍ଲସ ଶ୍ରେଣୀଭୁକ୍ତ କରାଯାଇଛି । ଜେଡ୍‌ ପ୍ଲସ୍‌ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ସବୁଠାରୁ କଡ଼ା । ଭାରତରେ ଭିଭିଆଇପି, ଭିଆଇପି, ରାଜନେତା, ହାଇ ପ୍ରୋଫାଇଲ୍‌ ବ୍ୟକ୍ତିତ୍ୱ, ଲୋକପ୍ରିୟ ଖେଳାଳିଙ୍କୁ ଏହି ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଏ । ଏହାବାଦ ଏନ୍‌ଏସ୍‌ଜି, ଆଇଟିବିପି ଓ ସିଆରପିଏଫ୍‌ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଏ ।