କଙ୍ଗନାଙ୍କୁ ଟାର୍ଗେଟ କଲେ ଓୱେସୀ

ହାଇଦ୍ରାବାଦ: ବଲିଉଡ କ୍ୱିନ କଙ୍ଗନା ରଣାୱତ ବିଭିନ୍ନ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଅଛନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି ହେଉଛି । ତାଙ୍କ ବିରୋଧରେ ପ୍ରଦର୍ଶନ ମଧ୍ୟ କରାଯାଉଛି । ଏହି ଅବସରରେ ଓୱେସୀ ପ୍ରଶ୍ନ କରିଛନ୍ତି ଯେ ଦେଶଦ୍ରୋହୀ କେବଳ ମୁସଲମାନଙ୍କ ପାଇଁ କାହିଁକି? କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହୀ ଆରୋପ ଲଗାଯିବ କି? ସେ କହିଛନ୍ତି ଯଦି ଆମେ ଏହି କଥା କହିଥାନ୍ତୁ ତାହେଲେ ମାରି ମାରି ଅବସ୍ଥା ସାଙ୍ଘାତିକ କରିଦିଆ ଯାଇଥାନ୍ତା ।

ଜଣେ ମ୍ୟାଡ଼ାମ କହିଛନ୍ତି ୨୦୧୪ରେ ଦେଶ ଅସଲରେ ସ୍ୱାଧୀନ ହୋଇଛି । ସେ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ ଦେଶ ୧୯୪୭ ରେ ସ୍ୱାଧୀନ ହୋଇଥିଲା ନା ୨୦୧୪ରେ । କଙ୍ଗନାଙ୍କ ଏହା ବୟାନକୁ କଟାକ୍ଷ କରି ଓୱେସୀ କହିଛନ୍ତି, ସେ କ୍ୱିନ ଓ ଆପଣ କିଙ୍ଗ ଯୋଗୀ ଆଦିତ୍ୟନାଥ କିନ୍ତୁ ଆପଣ କିଛି କରିବେନି । ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ ପରେ ଟିପ୍ପଣୀ ଦେଇଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହୀ ଆରୋପରେ ଜେଲରେ ଭର୍ତ୍ତି କରିବାକୁ ଧମକ ଦେଇଥିଲେ । ବିବାଦ ପରେ କଙ୍ଗନା ଲେଖିଥିଲେ, ମୁଁ ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆଧାରିତ ଫିଲ୍ମରେ କାମ କରିଛି । ୧୮୫୭ ଯୁଦ୍ଧ ଉପରେ ବହୁତ ରିସର୍ଚ୍ଚ କରିଛି । ରାଷ୍ଟ୍ରବାଦ ସହ ଦକ୍ଷିଣପନ୍ଥୀର ମଧ୍ୟ ଉଭା ହେଲା କିନ୍ତୁ ହଠାତ୍‌ ଏହା କିପରି ଶେଷ ହେଲା? ଗାନ୍ଧିଜୀ ଭଗତ ସିଂହଙ୍କୁ କାହିଁକି ମାରିବାକୁ ଦେଲେ? କାହିଁକି ସୁବାଷଘ ବୋଷଙ୍କ ହତ୍ୟା ହୋଇଥିଲା । କାହିଁକି ଗାନ୍ଧିଜୀ ତାଙ୍କୁ କେବେ ସମର୍ଥନ କରିନଥିଲେ । କାହିଁକି ବିଭାଜନ ରେଖା ଜଣେ ଇଂରେଜ ଦ୍ୱାରା ଟଣାଯାଇଥିଲା? ସ୍ୱାଧୀନତାର ଖୁସି ମନାଇବା ଛାଡି ଭାରତୀୟ ପରସ୍ପରକୁ ହତ୍ୟା କରୁଥିଲେ । ସେ କହିଛନ୍ତି ତାଙ୍କୁ ଏମିତି କିଛି ପ୍ରଶ୍ନର ଉତ୍ତର ଦରକାର ଏବଂ ଏଥିପାଇଁ ତାଙ୍କୁ ସାହାଯ୍ୟ ଦରକାର ।