ଜୟପୁର: ରାଜସ୍ଥାନର ଗଙ୍ଗାପୁର ସହରରେ ଏକ ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି । ଲାଇଟ ଅନ୍ କରିବା ମାତ୍ରେ ଅକ୍ସିଜେନ କନସନଟ୍ରେଟର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । କୁହାଯାଉଛି ଯେ, ସେହି ମେସିନରୁ ଅକ୍ସିଜେନ ଲିକ ହୋଇଥିଲା ଏବଂ ସୁଇଚ୍ ଅନ୍ ହେବା ମାତ୍ରେ ବିସ୍ଫୋରଣ ଘଟିଥିଲା । ଏହି ଘଟଣା ଗଙ୍ଗାପୁରର ଉଦାଇ ମୋର ଅଞ୍ଚଳରେ ଘଟିଛି । କରୋନାରୁ ସୁସ୍ଥ ହୋଇଥିବା ଜଣେ ରୋଗୀଙ୍କ ଘରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା ।