ପାକିସ୍ତାନ ଚୀନଠୁ କିଣିଲା ଜେ-୧୦ସି ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ରାଫେଲ ଯୁଦ୍ଧ ବିମାନକୁ ଟକ୍କର ଦେବାକୁ ପାକିସ୍ଥାନ ଚୀନଠୁ କିଣିଲା ଜେ-୧୦ସି ବିମାନ । ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ବାୟୁସେନାରେ ସାମିଲ କରି ଶକ୍ତି ବୃଦ୍ଧି କରିଥିବା ଦାବି କରିଛି । ସୂଚନାଯୋଗ୍ୟ ଯେ, ଚୀନ ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାକ ବାୟୁସେନା ବେସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୋଗଦେଇ କହିଛନ୍ତି ଯେ, ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାଲିଥିବା ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେବେ ଏହାର ମୁକାବିଲା କରିବା ପାଇଁ ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ଜେ-୧୦ସି ଯୁଦ୍ଧ ବିମାନକୁ ସାମିଲ କରାଯାଇଛି । ଏହି ଯୁଦ୍ଧ ବିମାନ ଦେଇଥିବାରୁ ଇମ୍ରାନ ଖାନ ଚୀନକୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଭାରତ ରୁଷରୁ ରାଫେଲ ଯୁଦ୍ଧ ବିମାନ ଆଣିଥିଲା । ସେବେଠାରୁ ପାକିସ୍ତାନ ଜେ-୧୦ସି ଯୁଦ୍ଧ ବିମାନ ଚାଇନା ଠାରୁ ଆଣିବା ପାଇଁ ପ୍ରୟାସ କରୁଥିଲା । ଶେଷରେ ପାକିସ୍ତାନକୁ ଏହା ମିଳିଛି । ସେହିପରି ବିଶେଷଜ୍ଞଙ୍କ କହିବାନୁସାରେ ରାଫେଲକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହି ଯୁଦ୍ଧ ବିମାନ ଆଣିଛି ।