ବଲିଓଡରେ ପାକିସ୍ଥାନର ଜାତିର ପିତା ମହମ୍ମଦ ଅଲ୍ଲୀ ଜିନ୍ନା

ମୁମ୍ବାଇ: ବଲିଉଡରେ ପ୍ରଥମ ଥର ପାଇଁ ପାକିସ୍ଥାନ ଜାତିର ପିତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ସିନେମା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ପ୍ରଯୋଜକ କୁମାର ତୌରାନୀ ଏହି ଚଳିଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ସେ ଶୀଲା ରେଡ୍ଡିଙ୍କ ବହିର କପି ରାଇଟ୍ କିଣିଛନ୍ତି ।

ତେବେ ବଲିଉଡରେ ବର୍ତ୍ତମାନ ଯାଏ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରାଯାଇଛି । ଯାହାଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲଙ୍କ ସହିତ ଅନେକ ସ୍ୱାଧିନତା ସଂଗ୍ରାମୀ ରହିଛନ୍ତି । ହେଲେ ବଲିଉଡରେ ପ୍ରଥମଥର ପାଇଁ ବିବାଦୀୟ ନେତା ତଥା ଭାରତକୁ ବଭାଜିତ କରିବାର ମୁଖ୍ୟ କର୍ଣ୍ଣଧାର ପାକିସ୍ତାନର ପିତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ସିନେମା ନିର୍ମାଣ ହେବ। ପାକିସ୍ତାନ ଓ ଅଲ ଇଣ୍ଡିଆ ମୁସଲିମ୍ ଲିଗର ସଂସ୍ଥାପକ ଜିନ୍ନାଙ୍କୁ ନେଇ ବି ୱେବସିରିଜ ନିର୍ମାଣ ହେବ ବୋଲି ସୂଚନା ମିଳିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପ୍ରଯୋଜକ କୁମାର ତୌରାନୀ ଶିଲା ରେଡ୍ଡି କହିଛନ୍ତି ଯେ, ଏହା ସତ୍ୟ ଯେ ମୁଁ ଏହି ପୁସ୍ତକର କପି ରାଇଟ୍ସ କିଣିଛି । ହେଲେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ କି ଏହାକୁ ନେଇ ସିନେମା କରାଯିବ କି ୱେବ୍ ସିରିଜ । ଏନେଇ ଏକ କ୍ରିଏଟିଭ୍ ଟିମର ଆବଶ୍ୟକତା ରହିଛି । ଯାହା ମଧ୍ୟରେ ଲେଖକ, କ୍ରିଏଟିଭ୍ ନିର୍ଦ୍ଦେଶକଙ୍କର ଆବଶ୍ୟକ ରହିଛି । ସେ ଆହୁରି କହିଛନ୍ତି କି ଶୀଲା ରେଡ୍ଡିଙ୍କର ପୁସ୍ତକରେ ଜିନ୍ନାଙ୍କ ରାଜନୈତିକ ଯାତ୍ରା ସହିତ ସ୍ୱତନ୍ତ୍ରତା ସଂଗ୍ରାମରେ ତାଙ୍କର ଭୂମିକା ଲେଖା ଯାଇଛି । ହେଲେ ସିନେମା କରିବାକୁ ହେଲେ ଏହା ମଧ୍ୟରେ କିଛି ରୋଚକ ଦୃଶ୍ୟ ଦେଖାଇବାକୁ ପଡ଼ିବ ଯାହା ଏବେ ଯାଏ ସ୍ଥିର ହୋଇନାହିଁ ।