ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପାକିସ୍ତାନ ବିମାନ

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଦୁଇ ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି…

ଇସଲାମବାଦ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଦୁଇ ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଫଳରେ ଉଭୟ ବିମାନରେ ଥିବା ଶତାଧିକ ଯାତ୍ରୀଙ୍କ ପ୍ରାଣ ରକ୍ଷା ହୋଇଯାଇଛି । ଦୁଇ ବିମାନ ଗୋଟିଏ ମାର୍ଗରେ ଉଡୁଥିବା ବେଳେ ପରସ୍ପର ସହ ଧକ୍କା ଲାଗି ଭଳି ପରିସ୍ଥିତିକୁ ଆସି ଯାଇଥିଲେ । ଇରାନ ଏଟିସିଙ୍କ ଭୁଲ ପାଇଁ ଅନେକ ଯାତ୍ରୀଙ୍କ ଲାଗି ଘାତକ ହୋଇଥାନ୍ତା । ଏକ ରିପୋର୍ଟ ଅନୁସାରେ ପିଆଇଏ ବୋଇଂ ଇସ୍ଲାମାବାଦରୁ ଦୁବାଇ ଯାଉଥିଲା । ଏହି ସମୟରେ ଅନ୍ୟ ଏକ ପାକିସ୍ତାନୀ ବିମାନ ବିପରୀତ ଦିଗରୁ ଦୋହାରୁ ପେଶାବର ଯାଉଥିଲା ।

ଏଥିରେ ଏୟାର ବସ୍‌ ବିମାନ ରାସ୍ତାକୁ ବୋଇଂ ଆସିଯାଇଥିଲା । ତେବେ ଦୁର୍ଘଟଣାର କିଛି ସମୟ ପୂର୍ବର ସେମାନଙ୍କ ଯାତ୍ରାପଥ ବଦଳାଯାଇ ପାରିବାରୁ ଏକ ବଡ ଦୁର୍ଘଟଣାକୁ ଟଳାଯାଇ ପାରିଛି ବୋଲି ପିଆଇଏ ମୁଖପାତ୍ର କହିଛନ୍ତି । ମୁଖପାତ୍ରଙ୍କ ଅନୁସାରେ ବୋଇଂ ୭୭୭ ତାର ୩୫ ହଜାର ଫୁଟ ଉଚ୍ଚ଼ତାରେ ଉଡୁଥିଲା ଓ ଏୟାରବସ ଏ-୩୨୦ ତାର ନିର୍ଦ୍ଧାରିତ ଉଚ୍ଚତା ୩୬ ହଜାର ଫଟ ଉପରେ ଯାତ୍ରା କରୁଥିଲା । ତେବେ ଏ-୩୨୦କୁ ୨୦ ହଜାର ଫୁଟ ତଳକୁ ଆସିବାକୁ ଏଟିସି ମଞ୍ଜୁରୀ ଦେଇଥିଲେ । ଏହି ତ୍ରୁଟିର ଯାଞ୍ଚ ଲାଗି ପିଆଇଏ ଇରାନୀ ଏଟିସିଙ୍କ ଯାଞ୍ଚ ଲାଗି କହିବେ ବୋଲି ମୁଖପାତ୍ର ସୂଚିତ କରିଛନ୍ତି ।