ନୂଆଦିଲ୍ଲୀ : ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ୪୪ତମ ଚେସ ଅଲିମ୍ପିଆଡରୁ ପାକିସ୍ତାନ ନିଜ ନାଁ ଫେରାଇ ନେଇଛି । ଉଲ୍ଲେଖଯୋଗ୍ୟ ଯେ, ଚେସ ଅଲିମ୍ପିଆଡ ମଶାଲ ଜୁଲାଇ ୨୧ରେ ଶ୍ରୀନଗର ଦେଇ ଯାତ୍ରା କରିଥିଲା । ଏଥିରେ ବିଚଳିତ ହୋଇ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଭାଗ ନ ନେବା ପାଇଁ ନିଷ୍ପତ୍ତି ନେଇଛି । ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରେଡିଓ ପାକିସ୍ତାନରେ ପ୍ରତିକ୍ରିୟା ରଖି ଭାରତ ଖେଳର ରଜନୀତି କରଣ କରୁଥିବା ଅଭିଯୋଗ କରିଥିଲେ । ଅନ୍ୟପଟେ ଭାରତର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କଡା ଜବାବ ଦେଇଛନ୍ତି ।
ସେ କହିଛନ୍ତି, ତାଙ୍କ ଟିମ ଭାରତରେ ପହଞ୍ଚିବା ପରେ ଚେସ ଅଲିମ୍ପିୟାରଡ ପରି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ନାଁ ଫେରାଇ ନେବା ଘୋଷଣା ଆଶ୍ଚର୍ଯ୍ୟ କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ପାକିସ୍ତାନ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ଆୟୋଜନର ରାଜନୀତିକରଣ କରିଛି ।