ଭାରତକୁ ପଶିବା ପାଇଁ ଉଦ୍ୟମ କରୁଛନ୍ତି ପାକ୍‌ ଆତଙ୍କବାଦୀ

ସେ କହିଛନ୍ତି ଗୁଇନ୍ଦା ଇନପୁଟ ଅନୁଯାୟୀ ୧୫୦ ଆତଙ୍କବାଦୀ ଜାମ୍ମୁ କାଶ୍ମିରରେ ପଶିବାକୁ ଯୋଜନା କରିଛନ୍ତି….

ଶ୍ରୀନଗର : ନିୟନ୍ତ୍ରଣରେଖା ପାର କରି ପାକିସ୍ଥାନି ଲଂଚପ୍ୟାଡ ଉପରେ ପାଖାପାଖି ୧୫୦ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମିରି ଭିତରକୁ ପସିଆସିବା ଉଦେଶ୍ୟରେ ଜମା ହୋଇଛନ୍ତି । ଏହିଭଳି ଭାବରେ ୫୦୦ ରୁ ୭୦୦ ଆତଙ୍କବାଦୀ ସେଠାରେ ୧୧ଟି ଶିବିରରେ ପ୍ରତିକ୍ଷାରତ ଅଛନ୍ତି । ସେନାବାହିନିର ଜଣେ ବରଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ସୁରକ୍ଷା କର୍ମୀମାନେ ଘାଟିରେ ନିୟନ୍ତ୍ରଣ ରେଖା ଉପରେ ଆତଙ୍କବାଦୀ ମାନଙ୍କ ସିମାପାର ପାଇଁ ଚେଷ୍ଟାକରିବାର କାର୍ଯ୍ୟକୁ ସଫଳ କରିବାକୁ ସୁଯୋଗ ଦେଇ ନଥିଲେ । ସେ କହିଛନ୍ତି ଗୁଇନ୍ଦା ଇନପୁଟ ଅନୁଯାୟୀ ୧୫୦ ଆତଙ୍କବାଦୀ ଜାମ୍ମୁ କାଶ୍ମିରରେ ପଶିବାକୁ ଯୋଜନା କରିଛନ୍ତି । ଜଣେ ଅଧିକାରୀ କହିଛନ୍ତି ଦୀର୍ଘଦିନ ଧରି ପାକିସ୍ଥାନ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷିତ କରି ଭାରତ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାରତୀୟ ସେନା ତାହାକୁ ପଣ୍ଡ କରିଆସିଛି ।