ଇଡି ହେପାଜତରେ ରହିବେ ପାର୍ଥ-ଅର୍ପିତା

କୋଲକାତା : ଶିକ୍ଷକ ଭର୍ତ୍ତି ଦୁର୍ନୀତିରେ ଫସିଥିବା ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ନିକଟତର ତଥା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯାଇଛି । କୋର୍ଟ ଶୁଣାଣି ପରେ ପାର୍ଥ-ଅର୍ପିତାଙ୍କୁ ଅଗଷ୍ଟ ୩ ଯାଏଁ ଇଡି ହେପାଜତକୁ ପଠାଇ ଦେଇଛନ୍ତି । ଇଡି କହିଛି ଯେ ଅର୍ପିତା ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତି ଯେ, ଟଙ୍କା ପାର୍ଥଙ୍କର ଥିଲା । ଏହି ୨ ଜଣଙ୍କୁ ଅଧିକ ପଚରାଉଚରା ପାଇଁ ଆବଶ୍ୟକତା ରହିଛି । ଏହି ମାମଲାରେ ପାଖାପାଖି ୨୨ କୋଟି ଜବତ ହୋଇଛି ।

୧୦୦ କୋଟିରୁ ଅଧିକ ଆହୁରି ରିକୋଭରି ହେବାର ଅଛି । ଇଡି କହିଥିଲା ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପାର୍ଥ ଚାଟାଜୀଙ୍କ ନିକଟତର ସହଯୋଗୀ ଅର୍ପିତା ମୁଖାର୍ଜୀ ଆର୍ଥିକ ନେଣଦେଣରେ ତ୍ରୁଟି ଆଣିବା ପାଇଁ ପାଖାପାଖି ୧୨ଟି ନକଲି କଂପାନୀ ପରିଚାଳିତ କରୁଥିଲା ।