ଅର୍ପିତାଙ୍କ ପ୍ଲାଟରେ ପାର୍ଥଙ୍କ ମିନିବ୍ୟାଙ୍କ
କେବଳ ପାର୍ଥ ଏବଂ ତାଙ୍କ ଲୋକମାନେ ଏହି କୋଠରୀ ଭିତରକୁ ଆସୁଥିଲେ ବୋଲି ଅର୍ପିତା ଖୁଲାସା କରିଛନ୍ତି….
ନୂଆଦିଲ୍ଲୀ: ତ୍ରୁଣମୂଳ କଂଗ୍ରେସର ମନ୍ତ୍ରୀ ପାର୍ଥ ଚାଟର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ଉଭୟଙ୍କୁ ଇଡି ପୁଚରାଉଚରା ଜାରି ରଖିଛି । ଏହାରି ଭିତରେ ଅର୍ପିତା ଜେରା ବେଳେ ଖୁଲାସା କରିଛନ୍ତି ଯେ ସମସ୍ତ ଟଙ୍କା ପ୍ୟାକ ହୋଇ ଗୋଟିଏ କୋଠରୀରେ ରଖାଯାଇଥିବା କଥା ସାମ୍ନାକୁ ଆସିଛି । କେବଳ ପାର୍ଥ ଏବଂ ତାଙ୍କ ଲୋକମାନେ ଏହି କୋଠରୀ ଭିତରକୁ ଆସୁଥିଲେ ବୋଲି ଅର୍ପିତା ଖୁଲାସା କରିଛନ୍ତି । ପାର୍ଥ ପ୍ରତି ସପ୍ତାହରେ ଥରେ ତାଙ୍କ ଘରକୁ ଆସୁଥିଲେ ।
ପାର୍ଥ ମୋ ଘର ଏବଂ ଅନ୍ୟ ଜଣେ ମହିଳାଙ୍କ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ । ସେହି ମହିଳା ମଧ୍ୟ ପାର୍ଥର ଜଣେ ଭଲ ବନ୍ଧୁ । କେତେ ଟଙ୍କା ଅଛି ତାହା ପାର୍ଥ କେବେବି କହି ନଥିଲେ ବୋଲି ଅର୍ପିତା କହିଛନ୍ତି । କିଛି ଦସ୍ତାବିଜରୁ ଜଣାପଡ଼ିଛି, ପାର୍ଥଙ୍କ ସହଯୋଗୀ ଅର୍ପିତାଙ୍କ ନାଁରେ ୬ଟି କମ୍ପାନି ଅଛି । ସମସ୍ତ କମ୍ପାନିର ନିର୍ଦ୍ଦେଶକ ଅଛନ୍ତି ଅର୍ପିତା ମୁଖାର୍ଜୀ । ମନ୍ତ୍ରୀ ଚାଟାର୍ଜୀଙ୍କ ଅନେକ ଗୁପ୍ତ ସମ୍ପତ୍ତି ତାଲିକା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଆସିଥବାରୁ ତାହାର ଖୋଳତାଡ଼ ଚାଲିଛି ।